ବିଶ୍ୱ ମ୍ୟାଲେରିଆ ଦିବସ 2025 ପାଳିତ

ଫୁଲବାଣୀ (TKNEWSMEDIA ) 25/04/2025 : କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମିଳିତ ସ‌ହ‌ଯୋଗରେ ସ୍ଥାନୀୟ ଜି ଏନ ଏମ ସମ୍ମିଳନୀ କକ୍ଷରେ ବିଶ୍ଵ ମ୍ୟାଲେରିଆ ଦିବସ ୨୦୨୫ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍କ୍ରିନିଂ କରି ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କୁ ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ଆଶା କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l

ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ କୁମୁଦ ଚନ୍ଦ୍ର ସାହୁ ପରିଚାଳନା କରିବା ସହିତ ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଓ ଏହାର ପ୍ରତିକାର ପାଇଁ ସରକାର କ’ଣ କ’ଣ ପଦକ୍ଷେପ ନେଉଛନ୍ତି ଏବଂ ଲୋକମାନଙ୍କ ଦାୟିତ୍ଵ କ,ଣ ରହିଛି ତାହା ଉପରେ ଆଲୋଚନା କରିଥିଲେ । ସମସ୍ତେ ମିଶି ମ୍ୟାଲେରିଆର ମୁଳୋତ୍ପାଟଣ ପାଇଁ ଶପଥ ପାଠ କରିଥିଲେ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା କିଛି କର୍ମକର୍ତ୍ତାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କଲ୍ୟାଣୀ ମିଶ୍ର, , ଶ୍ରୀ ଚନ୍ଦ୍ରସେନ ପୂଜାରୀ, ଡି.ପି.ଇ.ଓ ଶ୍ରୀ ସଞ୍ଜୟ କୁମାର ପାତ୍ର, ଆଡମିନିଷ୍ଟ୍ରେଟିବ୍ ଅଫିସର ଶ୍ରୀ ସୌଭାଗ୍ୟ ରଞ୍ଜନ ପଣ୍ଡା,ମନୋରଞ୍ଜନ ସାହୁ, କାହ୍ନୁ ଚରଣ ମୁଖି , ସ୍ଵାତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ, ଶ୍ରୀ ଦୋଳଗୋବିନ୍ଦ ମହାରଣା, ଆଶା କର୍ମୀ, ସରକାରୀ ନର୍ସିଂ କଲେଜର ଛାତ୍ର ଛାତ୍ରୀ ଓ କର୍ମକର୍ତା ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।