ସମସ୍ୟା ଘେରରେ ଲାଇନପଡା ସରକାରୀ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟ

କନ୍ଧମାଳ (TKNEWSMEDIA ) 01/05/2026 : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା ସରକାରୀ ମାଧ୍ୟମିକ ଇଂରାଜୀ ବିଦ୍ୟାଳୟ 1927 ରେ ସ୍ଥାପିତ ହୋଇଛି l ଚାଳ ଛପର ଏବଂ ମାଟିରେ ନିର୍ମିତ ହୋଇଥିଲା ଏହି ବିଦ୍ୟାଳୟ ଏବଂ ଛାତ୍ରାବାସ l

କାଳକ୍ରମେ ଏହି ବିଦ୍ୟାଳୟର ଛାତ୍ରାବାସ ମାଟିରେ ମିଶି ସମ୍ପୂର୍ଣ୍ଣ ଧ୍ବଂସ ସ୍ତୁପରେ ପରିଣତ ହୋଇଛି l

ଗତ ତା 06/05/1988 ଠାରୁ 01/07/1990 ମଧ୍ୟରେ ସ୍ବର୍ଗତ ପ୍ରେମାନନ୍ଦ ସାହୁ ( B. A. B. Ed.) ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ l ସେହି ସମୟର ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କରିବା ପାଇଁ ନିର୍ମାଣ ହୋଇଥିଲା ଇଟା, ବାଲି, ପଥର ଏବଂ ଆଜବେଷ୍ଟ ର ନୂତନ ବିଦ୍ୟାଳୟ l

କିନ୍ତୁ ଆଜି ପର୍ଯ୍ୟନ୍ତ ଚାଳ ଛପର, ମାଟିରେ ନିର୍ମିତ ଛାତ୍ରାବାସ ମାଟିରେ ମିଶି ଯାଇଥିଲେ ମଧ୍ୟ ନୂତନ ଛାତ୍ରାବାସ ନିର୍ମାଣ ହୋଇ ପାରି ନାହିଁ l

ବର୍ଷ ବର୍ଷ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡି ରହୁଛି l ଏହି ବିଦ୍ୟାଳୟ ରେ ହଜାର ହଜାର ଛାତ୍ର ଛାତ୍ରୀ ଅଧ୍ୟୟନ କରି ବହୁତ ଉଚ୍ଚ ଶିକ୍ଷିତ ଶିକ୍ଷିତା ହୋଇ ସମାଜର ଉର୍ନ୍ନତି ପାଇଁ କାର୍ଯ୍ୟ କରି ଚାଲିଛନ୍ତି l

ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବସାଗୃହ 1994 ମସିହା ଠାରୁ ପୋଲିସ ଫାଣ୍ଡି ଅଧିକାରୀଙ୍କ ବସାଗୃହରେ ପରିଣତ ହୋଇଥିଲା l ବର୍ତମାନ ଭଗ୍ନ ଅବସ୍ଥାରେ ପଡ଼ିରହିଛି l

ଏହି ଭଗ୍ନ ଅବସ୍ଥାରେ ପଡିରହିଥିବା ଗୃହକୁ ଲାଗି ରହିଛି ମାଟିରେ ନିର୍ମିତ ହୋଇ ଧ୍ବଂସ ସ୍ତୁପରେ ପଡିରହିଥିବା ଛାତ୍ରାବାସ l

ଏହି ଚିତ୍ର ହେଉଛି କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ବିକାଶର ଚିତ୍ର l ବର୍ତମାନ ଉକ୍ତ ସ୍କୁଲ ସ୍ଥାପିତ ହେବାର 99 ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ନାହିଁ ନାହିଁରେ ଚାଲିଛି ପ୍ରଧାନ ଶିକ୍ଷକ ପଦବୀ l

ଏଥିପ୍ରତି କନ୍ଧମାଳ ଜିଲ୍ଲାପାଳ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶାର ମହାମହିମ ରାଜ୍ୟପାଳ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ, ଭଗ୍ନ ଅବସ୍ଥାରେ ଥିବା ପ୍ରଧାନ ଶିକ୍ଷକଙ୍କ ବସାଗୃହ ନିର୍ମାଣ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ନିମନ୍ତେ THE KANDHAMAL TIMES TK NEWS MEDIA ର Editor-cum-Founder ସୂର୍ଯ୍ୟନାରାୟଣ ନାୟକ ଙ୍କ ନିବେଦନ l
