ବଇଡ଼ା ହାଇସ୍କୁଲରେ କନ୍ଧମାଳ ଜିଲ୍ଲା ସ୍ତରୀୟ ସର୍ଗିଫୁଲ – 2025 ଉଦଘାଟିତ

ଫୁଲବାଣୀ (TKNEWSMEDIA ) 28/11/2025 : କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ଆଜି ଶିଶୁ ପ୍ରତିଭା ଅନ୍ୱେଷଣ ନିମନ୍ତେ ଜିଲ୍ଲା ସ୍ତରୀୟ ସର୍ଗିଫୁଲ 2025 ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେବଇଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର, ଗଞ୍ଜୁଗୁଡ଼ା ସରପଞ୍ଚ ଆଲୋକ କହଁର, ବାଲିଗୁଡା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ବେହେରା, ଫୁଲବାଣୀ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟଜିତ ଦାସ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗ ପିଲାମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ପ୍ରେରଣା ପ୍ରଦାନ କରିବା ସହ ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କ ପ୍ରତିଭାର ପ୍ରଶଂସାଗାନ କରିଥିଲେ । ମୁଖ୍ୟବକ୍ତା ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର ପିଲାମାନଙ୍କୁ ଅଭ୍ୟାସ ବଳରେ ଅସାଧ୍ୟକୁ କିପରି ସାଧନ କରାଯାଇପାରେ ଉକ୍ତ ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥି ଜିଲ୍ଲା ସ୍ତରୀୟ ଭଲିବଲ ଓ ବିଜ୍ଞାନ ମେଳା ଉଦଘାଟନ କରି କାର୍ଯ୍ୟକ୍ରମ ଉପରେ ପ୍ରଶଂସା କରିଥିଲେ । ଶିକ୍ଷକ ସୁଧୀର କୁମାର ସାହୁ , ତ୍ରିଲୋଚନ ପଣ୍ଡା ମଞ୍ଚପରିଚାଳନା କରିଥିବାବେଳେ ଅଶୋକ କୁମାର ଷଡଙ୍ଗୀ ମଞ୍ଚପୂଜନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦୈତାରୀ ଦିଗାଲ, ସନ୍ତୋଷ ଭୋଇ, କୈଳାଶ ସିଂ, ରଞ୍ଜନ କୁମାର ପାଢ଼ୀ, ଗୁରୁପ୍ରସାଦ ସାହୁ, ଉମା ଶଙ୍କର ସାମନ୍ତରାୟ, ସରୋଜ କୁମାର ସାହୁ ସହଯୋଗ କରିଥିବା ବେଳେ, କ୍ରୀଡା ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼ ଓ ଅନ୍ୟ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକବୃନ୍ଦ ଜିଲ୍ଲା ସ୍ତରୀୟ ଭଲିବଲ ପ୍ରତିଯୋଗିତା ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଜୟଲାଲ୍ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।