ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫

ଫୁଲବାଣୀ (TKNEWSMEDIA) 02/12/2025 : ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ବନାବାସୀ ସେବା ସମିତିର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୫ ଆୟୋଜିତ ହୋଇଛି।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼. ଅକ୍ଷୟ କୁମାର ସାହୁ, ଶିଶୁକଲ୍ୟାଣ କମିଟିର ମୁଖପାତ୍ର ରଜତ କୁମାର ଦିଗାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସ୍ନେହଲତା ସାହୁ, ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ । ଶିଶୁ କଲ୍ୟାଣ କମିଟିର ମୁଖପାତ୍ର ପୋଷ୍ୟ ସନ୍ତାନ ଗ୍ରହଣରେ ଶିଶୁ କଲ୍ୟାଣ କମିଟିର ଭୂମିକା ଉପରେ ଆଲୋଚନା କରିବା ସହିତ ଆଇନଗତ ପ୍ରକ୍ରିୟାର ବିବରଣୀ ପାଠ କରିଥିଲେ ଏବଂ ବିଭିନ୍ନ ପ୍ରଶ୍ନର ସମାଧାନ କରିଥିଲେ। ବନବାସୀ ସେବା ସମିତିର ପରିଚାଳକ ରଜତ କୁମାର ଆଲିଆ ପିପିଟି ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନରେ ଥିବା ବିଭିନ୍ନ ପ୍ରାବଧାନର ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କର୍ଣ୍ଣ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ କମିଟିର ସମସ୍ତ ସଦସ୍ୟ, ସମସ୍ତ ସିଡିପିଓ, ସମସ୍ତ ସିବିଆଇ,ଏ ଏନ୍ ଏମ୍, ଅଙ୍ଗନବାଡି କର୍ମୀ,ଆଶା କର୍ମୀ, ବିଭିନ୍ନ ଏନ୍ ଜି ଓ ର କର୍ମକର୍ତ୍ତା ଓ ସରକାରୀ କର୍ମଚାରୀ ଆଦି ଯୋଗଦେଇଥିଲେ।

