ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ

ଟିକାବାଲି (TKNEWSMEDIA ) 01/12/2025 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍.ସି.ଏସ୍. ମହାବିଦ୍ୟାଳୟରେ ତ୍ରି ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଛି ।

ମୁଖ୍ୟଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ଗୀତାଞ୍ଜଳି ଦାସ ଯୋଗ ଦେଇ ଜାତୀୟ ସେବା ଯୋଜନାର ଯେଉଁ ଆଭିମୁଖ୍ୟ ରହିଛି , ସ୍ବେଛାସେବୀ ହିଁ ଲକ୍ଷ୍ୟ ପୂରଣ କରି ପାରିବେ ବୋଲି ବକ୍ତବ୍ୟ ରଖିଥିଲେ ।

ମୁଖ୍ୟବକ୍ତା କନ୍ଧମାଳ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ସ୍ବେଛାସେବୀ ଟିଏ ଉତ୍ତମ ମଣିଷ ହେଲେ ଜଣେ ଭଲ ସ୍ବେଛାସେବୀ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଫୁଲବାଣୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ତନୁଜା ସିଂ ଯୋଗଦେଇ ଯୁବକ ମାନେ ନିଶାଶକ୍ତ ହୋଇ କିପରି ବାଟବଣା ହେଉଛନ୍ତି ଓ ପରିବାରର ଶୃଙ୍ଖଳା କିପରି କ୍ଷତିଗ୍ରସ୍ତ ହେଉଛି ତାହା ବୁଝାଇ ,ସ୍ବେଛାସେବୀ ମାନେ ନିଜକୁ ସଜାଡି ଆଦର୍ଶ ମଣିଷ ଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ । ଅତିଥିମାନଙ୍କୁ ଇଂରାଜୀ ଅଧ୍ୟାପକ ନରେନ୍ଦ୍ର ଦିଗାଲ ମଞ୍ଚକୁ ସ୍ୱାଗତ କରିଥିବାବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ବନମାଳୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ଵିତୀୟ ଓ ତୃତୀୟ ଦିବସରେ ପ୍ରଶିକ୍ଷକ ଭାବେ ଭୁବନେଶ୍ୱରରୁ ମଧୁସୂଦନ ଦାସ ,ସ୍ବାତୀ ସଂଗଠନର ବିଶ୍ୱରଞ୍ଜନ କର , ପ୍ରାଧ୍ୟାପକ ଡ଼ଃ ସତୀଶ ନାୟକ , ଫୁଲବାଣୀ , ଏ .ସି.ଏଫ. ସ୍ୱିଟଲିନା ସାହୁ l

ବାଲିଗୁଡା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଯୋଗଦେଇ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।

କାର୍ଯ୍ୟକ୍ରମରେ ନୃତ୍ୟ,ଗୀତ ,ତର୍କ ,କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ସହ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା ।

ଜିଲ୍ଲାର ତେରଟି ମହାବିଦ୍ୟାଳୟର ଶହେ କୋଡିଏ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଅଂଶ ଗ୍ରହଣ କରିଥିଲେ । ପ୍ରୋଗ୍ରାମ ଅଫିସର ଜ୍ଞାନରଞ୍ଜନ ଭୋଇ ତିନି ଦିନର ବିବରଣୀ ପଠନ କରିଥିବାବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଚମ୍ପା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।

ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ସୁସଂଗଠିତ ପରିଚାଳନା ପାଇଁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।