ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

ଫୁଲବାଣୀ (TKNEWSMEDIA) 05/12/2025 : ଫୁଲବାଣୀ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଛି । ଚଳିତ ବର୍ଷର ବିଷୟ ବସ୍ତୁ ଥିଲା “ ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା ‘’ । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପତି ବିଶ୍ଵ ମୃତ୍ତିକା ଦିବସର ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହ ମୃତ୍ତିକାର ସଂରକ୍ଷଣ କିପରି ଓ କାହିଁକି କରିବା ସେ ଉପରେ ଆଲୋକପାତ କରିଥିଲେ । ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସ୍ମିତା ମହାନ୍ତି ମୃତ୍ତିକାର ସ୍ବାସ୍ଥ୍ୟ ଓ ଉର୍ବରତା ଉପରେ ଆଲୋଚନା କରିଥିଲେ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଆଚାର୍ଯ୍ୟ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ ସୁନିତା ମିଶ୍ର, ସୀତାକାନ୍ତ ରାଉତ, ରବିନାରାୟନ ନାୟକ ଏହି ଦିବସର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଟିନିୟାଲ ନାଏକ ଏବଂ ଜିଲ୍ଲାର କୃଷକମାନେ ଯୋଗ ଦେଇଥିଲେ ।