ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର

ଫୁଲବାଣୀ (TKNEWSMEDIA) 05/12/2025 : କନ୍ଧମାଳ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଆର୍ଥିକ କ୍ଷେତ୍ରରେ ଦାବି କରାଯାଇନଥିବା ସମ୍ପତ୍ତିର ଦକ୍ଷ ଏବଂ ଶିଘ୍ର ବିନିଯୋଗକୁ ସହଜ କରିବା ପାଇଁ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଛି । ଏହାର ଶୀର୍ଷକ ଥିଲା “ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’’ । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଯୋଗ ଦେଇ ୧୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ଏବଂ ଦାବିହୀନ ଜମାରାଶି ପ୍ରଦାନ କରିଥିଲେ l

ଜିଲ୍ଲାରେ ୭୦ ହଜାର ୭୦୫ଟି ଦାବିହୀନ ଆକାଉଣ୍ଟରେ ପ୍ରାୟ ୩୨ କୋଟି ୧୪ ଲକ୍ଷ ୩ ହଜାର ୬୬୯.୩ ଟଙ୍କା ଜମା ରହିଛି । ଏହି କାର୍ଯ୍ୟକ୍ରମରେ ଡିଜିଏମ୍ (ରିଜର୍ଭ ବ୍ୟାଙ୍କ) ମଧୁକର ଆନନ୍ଦ, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସିଦ୍ଧାର୍ଥ ରଞ୍ଜନ ପତି, ଆଞ୍ଚଳିକ ପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ନୀଳାଞ୍ଚଳ ସୁବୁଦ୍ଧି , ସମସ୍ତ ବ୍ୟାଙ୍କର ଶାଖା ପ୍ରବନ୍ଧକ, ସମସ୍ତ ଜୀବନ ବୀମା ନିଗମର ପ୍ରବନ୍ଧକ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ ।