ଗୋ ସେବାର ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କଲେ ଯୁବ ଇଞ୍ଜିନିୟର ମନମୋହନ

କଟକ ( TKNEWSMEDIA ) : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ଓଡ଼ଖଣ୍ଡ ଗ୍ରାମର ଯୁବ ଇଞ୍ଜିନିୟର ମନମୋହନ ସେଠୀ ଗୋସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତ୍ତମାନ ସମୟରେ ଯେଉଁଠି ଗୋସେବା ଓ ସୁରକ୍ଷାରେ ଯେଉଁଭଳି ସମସ୍ୟା ଦେଖା ଦେଇଛି। ସେଠି ଦୀର୍ଘ ୨୬ ବର୍ଷ ଧରି ଗୋଟେ ଗାଈକୁ ନିଜ ଘରେ ପାଳନ କରି ତାର ଶେଷ ସମୟ ପର୍ଯ୍ୟନ୍ତ ତାକୁ ନିଜ ଘରେ ରଖିଥିଲେ। କିଛି ଦିନ ପୂର୍ବରୁ ଗୋମାତାର ଦେହାନ୍ତ ହୋଇଥିଲେ ମଧ୍ୟ ଏବେ ତା ଲାଗି ନିଜ ଘରେ ହୋମ କର୍ମ ସହ ଗ୍ରାମ୍ୟ ଭୋଜନ ଆୟୋଜନ କରିଥଲେ। ଏଥିରେ ଗ୍ରାମର ସମସ୍ତ ଲୋକ ଭୋଜିରେ ଯୋଗ ଦେଇଥିଲେ। ଏଭଳି ଗୋସେବା ଓ ଗୋମାତାଙ୍କ ପାଇଁ ପ୍ରେମ ରଖିଥିବା ମନମୋହନ ସେଠୀ ଓ ତାଙ୍କ ପରିବାରଙ୍କୁ ପ୍ରଶଂସା କରିଥଲେ। ବିଶେଷକରି ପତ୍ନୀ ମିତାରାଣୀଙ୍କୁ ମଧ୍ୟ ପ୍ରଶଂସା କରିଥଲେ କାରଣ ସ୍ୱାମୀର କାର୍ଯ୍ୟ ବ୍ୟସ୍ତତା ହେତୁ ସେ ମଧ୍ୟ ନିରନ୍ତର ଗୋସେବା କରି ଆସୁଥିଲେ। ତେବେ ଏଠି ଗୋସେବା କେବଳ କଥାରେ ନୁହେଁ ବରଂ ଗୋସେବା କରି ଅନ୍ୟ ମାନଙ୍କୁ ଅନୁପ୍ରାଣୀତ କରିଛନ୍ତି ଯୁବ ଇଞ୍ଜିନିୟର।ସମାଜରେ ଏବେ ଗୋ ଚାଲାଣ ବୃଦ୍ଧି ପାଇଛି। ଲୋକମାନେ ବେପାର ଉଦ୍ଦେଶ୍ୟରେ ହିଁ ନିଜ ଘରେ ଗୋପାଳନ କରୁଛନ୍ତି। ପଶୁମାନଙ୍କ ପାଇଁ ପ୍ରେମ ନାହିଁ କେବଳ ଟଙ୍କା ରୋଜଗାର ଲୋଭ ରଖୁଛନ୍ତି। ଯେବେ ପଶୁମାନେ ଅର୍ଥ ଦେବାରେ ଅସମର୍ଥ ହେଉଛନ୍ତି ତାକୁ ବିକ୍ରି କରି ଦେଉଛନ୍ତି ନଚେତ୍ ରାସ୍ତାରେ ଛାଡି ଦେଉଛନ୍ତି ଯାହା ଠିକ୍ ନୁହେଁ ବୋଲି କହିଛନ୍ତି ଯୁବ ଇଞ୍ଜିନିୟର ମନ ମୋହନ।

