ବିରିଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କନ୍ଧମାଳ ( TKNEWSMEDIA ) 18/12/2025 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ବିରିଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୁର୍ଗା ମାଧବ ସାହୁଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l

ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ଛାତ୍ର ଛାତ୍ରୀ ଭଲ ମଣିଷ ହେଲେ ଭଲ ସମାଜଟିଏ ତିଆରି ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି କହିଲେ ଛାତ୍ର ଛାତ୍ରୀମାନଙ୍କ ଭିତରେ ସାଧନା, ସଂକଳ୍ପ ଓ ଶୃଙ୍ଖଳା ରହିଲେ ଉତ୍ତମ ମଣିଷଟିଏ ହୋଇ ପାରିବ l ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବନ୍ଦନା ରାଣୀ , ଗୋକୁଳ ଚନ୍ଦ୍ର ନାୟକ, ସରପଞ୍ଚ ସୁନିତା କହଁର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର, ଯୋଗ ଦେଇଥିଲେ l ପ୍ରଧାନ ଶିକ୍ଷକ ସୁମିତ ଦିଗାଲ, ପ୍ରଧାନ ଶିକ୍ଷୟିତ୍ରୀ ଲତାଞ୍ଜଳି ମହାନ୍ତି, ମଂଚାସୀନ ଥିଲେ l ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଶାନ୍ତିଲତା କହଁର ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷକ ବାପୁନ ଦିଗାଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ, କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l