ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ 2025 ଉଦଯାପିତ l

ଟିକାବାଲି (TKNEWSMEDIA) : 21/12/2025 : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବକୁ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର ଉଦଘାଟନ କରିଥିଲେ, ମୁଖ୍ୟ ଅତିଥି ବିଡ଼ିଓ ବିଷ୍ଣୁ ଗୋବିନ୍ଦ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ଦାବି ଗୁଡିକ ପୂରଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ l

ଉଦଯାପନୀ ଦିବସରେ ଅଧ୍ୟକ୍ଷା ସାଲିନୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ l ମୁଖ୍ୟଅତିଥି ଟିକାବାଲି କଲେଜ ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମହାନ୍ତି କ୍ରୀଡାର ମହତ୍ୱ ଓ ଉପଯୋଗିତା ଉପରେ ଆଲୋକପାତ କରିଥିଲେ l

ସିନିଅର ବିଭାଗରେ ଆକାଶ କୁମାର ପ୍ରଧାନ, ଜୁନିୟର ବିଭାଗରେ ଅବିନାଶ ଦିଗାଲ, ବାଳିକାବିଭାଗରେ ସିନିୟର ଯାଫଲିନ ରେଡି ଓ ଜୁନିୟର ଦୀପିକା ଦିଗାଲ ଚମ୍ପିୟାନ ହୋଇଥିଲେ l

ଦୁଃଖିଶ୍ୟାମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବନଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ତପସ୍ୱିନୀ ପ୍ରଧାନ ଓ ଘନଶ୍ୟାମ ରଣା ମଞ୍ଚ ସଂଚାଳନ କରିଥିଲେ l ଖେଳ ଶିକ୍ଷକ ବାସୁଦେବ କହଁର ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ରଂଜିତା ସାହୁ, ଅନୁପମା ଦଳପତି, ଶୁଭଶ୍ରୀ ପ୍ରଧାନ, ବିବେକ ମିଶ୍ର,ପଦ୍ମନାଭ ସାହୁ, ଅଶ୍ୱିନୀ ନାୟକ, ରୁଦ୍ରନାରାୟଣ ବେହେରା, ସନ୍ତୋଷ କୁମାର ବେଉରା,ଉନା ଶୋଭନା, ଅଭିରାମ ବେହେରା,ଦିପ୍ତିମୟୀ ପ୍ରଧାନ, ଲିପ୍ସାରାଣୀ ସେଠି ଏବଂ ସମସ୍ତ କର୍ମଚାରୀଙ୍କ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀମାନେ ନୃତ୍ୟରେ ଝୁମିଥିଲେ l