ଲାଇନପଡା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ରେ ସାତ ଦିନିଆ ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର

ଲାଇନପଡା (TKNEWSMEDIA ) 27/12/2025 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ର ଲାଇନପଡା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ରେ ସାତ ଦିନିଆ ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର, ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ 25 ତାରିଖରେ ଉଦଘାଟିତ ହୋଇଛି l

ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ପୋଷ୍ୟ ଗ୍ରାମ ପିପଳ ସାହିର ଅଙ୍ଗନୱାଡି କେନ୍ଦ୍ର ଏବଂ ମା ଠାକୁରାଣୀ ମନ୍ଦିର ର ଚତୁଃର୍ପାଶ୍ଵରେ ସ୍ବେଛାସେବୀ ମାନେ ସଫେଇ କାର୍ଯ୍ୟ କରିଥିଲେ l

ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଯୋଜନା ଅଧିକାରୀ ଅକ୍ଷୟ କୁମାର ଦିଗାଳ,ସ୍ବେଛାସେବୀ ଏବଂ ସ୍ବେଛାସେବୀନୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି l