ଗୋଟିଏ ପରିବାରକୁ ନେଇ ଗୋଟିଏ ଘର । ଅର୍ଥାତ୍ ଗୋଟିଏ ଘରେ ସମସ୍ତ ସଦସ୍ୟ ତଥା ବାପ, ମା, ଭାଇ, ଭୋଉଣୀ, ଓ ସାନ ବଡ଼ ଗୁରୁଜନ ମାନଙ୍କୁ ନେଇ ଗୋଟିଏ ପରିବାର ଗଢାହୋଇଥାଏ । ଘରକୁ ସାଧାରଣତଃ ମନ୍ଦିର ବୋଲି କୁହାଯାଏ । ଆଉ ସେହି ମନ୍ଦିରରେ ଦେବାଦେବୀ ବୋଲି ଆମେ ଆମର ଗୁରୁଜନ ବା ବାପା,ମାଙ୍କୁ ପୁଜା କରିଥାଉ । ହେଲେ ସେହି ଘରେ ବାରମ୍ବାର କଳହ ସୃଷ୍ଟି ହେଲେ ଘରର ବାତାବରଣ ଖରାପହେବା ସହ ଛୋଟ ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଆପଣ ‘କଣ’ କରି ‘କେମିତି’ କଳହଠାରୁ ଦୁରେଇ ରହିବା ସହ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
୧. ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର କିମ୍ବା ବେଲ ପତ୍ରର ହାର ଟାଙ୍ଗି ଦିଅନ୍ତୁ । ଦେଖିବେ ଆପଣଙ୍କର ଘରର କଳହ କମ୍ ହୋଇଯିବା ସହିତ ଘରକୁ ସମସ୍ତ ଖରାପ ଦୃଷ୍ଟିରୁ ରକ୍ଷାପାଇପାରିବେ ।
୨. ଆପଣଙ୍କ ଗୃହର ମଧ୍ୟରେ ସୁଗନ୍ଧ ଯୁକ୍ତ ପୁଷ୍ପ ରଖନ୍ତୁ । ଦେଖିବେ ଘରେ ଶାନ୍ତିର ବାତାବରଣ ଶୃଷ୍ଟି ହେବ ।
୩. ଆପଣଙ୍କର ଗୃହର ମୁଖ ଦ୍ୱାରରେ ଏକ କାଚ ପାତ୍ରରେ ପାଣି ରଖନ୍ତୁ, ଏହା କରିବାଦ୍ୱାରା ଘରରକୁ କୌଣସି ଖରାପ ଶକ୍ତି ପ୍ରବେଶ କରି ପାରିବ ନାହିଁ ।
୪. ଘରର ସାମ୍ନା ପଟରେ ସିନ୍ଦୁର ବା ଶୁଭ ଲାଲ ରଙ୍ଗର ଏକ ଚିତ୍ର ଆଙ୍କି ଦିଅନ୍ତୁ । ଦେଥିବେ ଖୁବ୍ କମ ଦିନ ଭିତରେ ଆପଣଙ୍କର ରୋଜଗାର ରେ ସୁଧାର ଆସିବା ସହ ଘରର ସମସ୍ତ ସଦସ୍ୟଙ୍କ ସହ ସମ୍ପର୍କ ସୁଦୃଢ଼ ରହିବ ।