ବେଡ଼ାଙ୍ଗପାଜୁରେ ଶୀତ କାଳୀନ ଜାତୀୟ ସେବା ଯୋଜନା ଶିବିର ଉଦଯାପିତ

କନ୍ଧମାଳ (TKNEWSMEDIA) 09/01/2026 : ଫୁଲବାଣୀ ସରକାରୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପୋଷ୍ୟ ଗ୍ରାମ ବେଡ଼ାଙ୍ଗପାଜୁରେ ଶୀତ କାଳୀନ ଜାତୀୟ ସେବା ଯୋଜନା ଶିବିର ର ଉଦଯାପନୀ ଦିବସର ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଜୟନ୍ତ କୁମାର ପଣ୍ଡା,

ମୁଖ୍ୟ ବକ୍ତା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼. ନଳିନୀ କୁମାର ପାଣିଗ୍ରାହୀ ,ସମ୍ମାନିତ ଅତିଥି ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ , ଚିରଞ୍ଜିବୀ ବାଡତ୍ୟା , THE KANDHAMAL TIMES TK NEWS MEDIA ର Editor-cum-Founder ସୂର୍ଯ୍ୟନାରାୟଣ ନାୟକ, ସ୍ଥାନୀୟ ସରପଞ୍ଚ ଉମା ଚରଣ ମଲିକ, ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ କୁଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ସ୍କୁଲର ପ୍ରଧାନ ଶିକ୍ଷକ, ସମସ୍ତ କର୍ମଚାରୀ, ଜାଗୃତି SHG ର ସମସ୍ତ ସଭ୍ୟା, ଗ୍ରାମର ଯୁବକ ସଙ୍ଘ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ l


ସମସ୍ତ ସ୍ବେଛାସେବୀନୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଶେଷରେ କାର୍ଯ୍ୟ ପରିଚାଳନା ଅଧିକାରୀଣୀ ଡ଼ଃ ତପସ୍ୱିନୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
ଫୁଲବାଣୀ ସରକାରୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପୋଷ୍ୟ ଗ୍ରାମ ବେଡାଙ୍ଗପାଜୁରେ ଶୀତ କାଳୀନ ଜାତୀୟ ସେବା ଶିବିର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଡ଼. ତପସ୍ୱିନୀ ଗୌଡ଼ଙ୍କ ନେତୃତ୍ୱରେ ସ୍ବେଛାସେବୀନୀମାନେ ନାଚ, ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଜଙ୍ଗଲ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନ କରିଥିଲେ l

ଷଷ୍ଠ ଦିବସର ମୁଖ୍ୟ ଅତିଥି ଟିକାବାଲି କଲେଜ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସେବା ହିଁ ଜୀବନର ପରମ ଧର୍ମ ଓ ବ୍ୟକ୍ତିତ୍ୱର କିପରି ବିକାଶ ଘଟେ ଆଲୋଚନା କରିଥିଲେ l

ପ୍ରଶିକ୍ଷିକା ଭାବେ ଆଇନା ସଂଗଠନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ କଳ୍ପନା ମହାନ୍ତି ଏବଂ କନ୍ଧମାଳ ଜିଲ୍ଲା ସାମାଜିକ କଲ୍ୟାଣ ପ୍ରୋଟେକ୍ସନ ଅଫିସର ସରୋଜ ଲତା ଦେଇ ଯୋଗଦେଇ ନାରୀ ସୁରକ୍ଷା ଉପରେ ବିଷଦ ଆଲୋଚନା କରିଥିଲେ l ଫୁଲବାଣୀ ଦମକଳ ବାହିନୀ ଟିମ ବିପର୍ଯୟ ଆସିଲେ କିପରି ମୁକାବିଲା କରିବ ପ୍ରାକ୍ଟିକାଲ କରି ଦେଖେଇଥିଲେ l କଲେଜ ଅଧ୍ୟକ୍ଷା ଡ଼ ତନୁଜା ସିଂ ଙ୍କ ବଳିଷ୍ଠ ନେତୃତ୍ୱରେ ଶିବିରଟି ଅନୁଷ୍ଠିତ ହୋଇଛି l