ଚଳିତ ବର୍ଷରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିବା ନେଇ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ (TKNEWSMEDIA) ଓଡିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବା ପାଇଁ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାଷା ଆନ୍ଦୋଳନର ଜିଲ୍ଲା ପ୍ରମୁଖ ଅଶୋକ ପରିଡା ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ଵାଗତ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଓଡିଆ ଭାଷାରେ ପୁସ୍ତକ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଥିଲେ।

ପ୍ରତ୍ୟେକ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସରକାର ଙ୍କ ଦ୍ଵାରା ଓଡ଼ିଆ ପୁସ୍ତକ ଉପଲବ୍ଧ କରାଯାଇଛି । ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲେ ଆମ ପିଲାମାନେ ଭବିଷ୍ୟତରେ ଇଂଞିନିୟରିଂ, ଡକ୍ତରୀ, ନର୍ସିଂ, ଆଇ ଏ ଏସ, ଓ ଆଇ ଆଇ ଟି ଭଳି ବିଭିନ୍ନ ବୈଷୟିକ ପାଠ ପଢିବାର ଅଧିକ ସୁଯୋଗ ପାଇବେ ବୋଲି ଜିଲା ପ୍ରମୁଖ ଅଶୋକ ପରିଡା ସୂଚନା ଦେଇଥିଲେ । ବିଶ୍ବର 137ଟି ରାଷ୍ଟ୍ରରେ ଇଂରାଜୀ ଭାଷା ବଦଳରେ ସେମାନଙ୍କ ନିଜସ୍ଵ ଭାଷା ପ୍ରଚଳିତ ହେଉଛି। ତେଣୁ ଆମ ସରକାର ପରିସ୍ଥିତିକୁ ହୣଦୟଙ୍ଗମ କରି ଓଡିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସହଯୋଗରେ ଯୁକ୍ତ ଦୁଇ ବିଞାନ ଓଡିଆ ପାଠ୍ୟ ପୁସ୍ତକ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଅନୁମୋଦନ କରିଛନ୍ତି। ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ ସୁବ୍ରତ କୁମାର ପୣଷ୍ଟିଙ୍କ ନେତୣତ୍ବରେ ନୀରଦ ବରଣ ଖୁଣ୍ଟିଆ, ସଚ୍ଚିକାନ୍ତ ପ୍ରଧାନ, ନଟବର ଶତପଥି, ବିଜୟ ପ୍ରଧାନ ପ୍ରମୁଖ ଓଡ଼ିଆ ଭାଷାର ବିକାଶ ପାଇଁ କାର୍ଯ୍ୟକରି ଆସୁଛନ୍ତି।
କନ୍ଧମାଳ ଜିଲ୍ଲାରେ 18ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ 2016ଟି ସିଟ ଥିବାବେଳେ ଇଂରାଜୀ ଭୟରେ ଗତ ଶିକ୍ଷା ବର୍ଷରେ ପଚାଶ ପ୍ରତିଶତ ସିଟରେ ନାମଲେଖା ହୋଇ ପାରିନାହି। ଜିଲ୍ଲା ଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଅଧିକ ସଚେତନତା ସୣଷ୍ଟି କରି ବିଜ୍ଞାନ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଚଳିତ ନାମ ଲେଖା ସମୟରେ ଯୁକ୍ତ ଦୁଇ ବିଜ୍ଞାନ ଓଡ଼ିଆ ଭାଷାରେ ପଢିବାକୁ ପ୍ରଥମ ପସନ୍ଦ ଭାବେ ସାମସ ପୋର୍ଟାଲରେ ଆବେଦନ କରିବାକୁ କନ୍ଧମାଳ ଜିଲ୍ଲା ପ୍ରମୁଖ ଅଶୋକ ପରିଡା ଅନୁରୋଧ କରିଛନ୍ତି। ଏହି ଅବସରରେ ଜିଲା ଅବସରପ୍ରାପ୍ତ କର୍ମଚାରୀ ଶିକ୍ଷକ ସଂଘର ସଭାପତି ନବ କିଶୋର ରଥ ଓ ସଂମ୍ପାଦକ ବଂଶୀଧର ପଣ୍ଡା ପ୍ରମୁଖ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢିବାକୁ ସ୍ଵାଗତ କରିଥିଲେ ।