ଲାଇନପଡା IIAT COMPUTER EDUCATION ଅନୁଷ୍ଠାନ ତରଫରୁ ଚକାପାଦ ବିଡିଓ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କନ୍ଧମାଳ (08/06/2026) : THE KANDHAMAL TIMES TK NEWS MEDIA ର ଦଶମ ସ୍ଵନକ୍ଷତ୍ର ମହୋତ୍ସବ ଉପଲକ୍ଷେ ଗତ 2025 ନଭେମ୍ବର ମାସ ଠାରୁ ଲାଇନପଡା IIAT COMPUTER Education ଅନୁଷ୍ଠାନରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ପ୍ରଥମ ଶ୍ରେଣୀ ଠାରୁ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ English Language ଏବଂ କମ୍ପୁଟର ଶିକ୍ଷା ର ଉର୍ନ୍ନତି ପାଇଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ମାଗଣାରେ ଚାଲିଥିବାରୁ

ଆଜି ଅପରାହ୍ନ ପ୍ରାୟ 1:35 ସମୟରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ର ମାନ୍ୟବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦରଞ୍ଜନ ସାହୁ IIAT COMPUTER EDUCATION ସେଣ୍ଟର କୁ ପରିଦର୍ଶନ କରିଥିଲେ l କମ୍ପୁଟର ଶିକ୍ଷା ର ଉନ୍ନତି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ନୂତନ Lenovo କମ୍ପୁଟର ପ୍ରଦାନ କରିଥିଲେ l ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ମାନ୍ୟବର ବି ଡି ଓ ମହୋଦୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ କମ୍ପୁଟର ଶିକ୍ଷା ର ବିକାଶ ପାଇଁ ବି ଡି ଓ ମହୋଦୟ କମ୍ପୁଟର ପ୍ରଦାନ କରିଥିବାରୁ THE KANDHAMAL TIMES TK NEWS MEDIA ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ l
