ଲାଇନପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଚକାପାଦ ବି ଡି ଓ ହୃଦ ରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଅନୁଷ୍ଠାନ କୁ ଟ ୫୫୫୫/- ଭାରତୀୟ ମୁଦ୍ରା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘ୍ ପରିଚାଳନା କରିଥିଲେ l ଅଞ୍ଚଳବାସୀ ଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

