ଲାଇନପଡା ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ ଦାବି

କନ୍ଧମାଳ (TKNEWSMEDIA ) 11/04/2026 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା ପି ଏମ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରମାନଙ୍କ ପାଇଁ ହୋଷ୍ଟେଲ ନଥିବାରୁ ବହୁତ ଦୂର ଦୁରାନ୍ତରୁ ଆସି ପାଠ ପଢ଼ୁଥିବା ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ଉଚ୍ଚ ବିଦ୍ୟାଳୟ 1967 ରେ ସ୍ଥାପିତ ହୋଇଛି l ଉକ୍ତ ସ୍କୁଲର ହୋଷ୍ଟେଲରେ KIGM କଲେଜ ଅଧ୍ୟାପକମାନେ କିଛି ବର୍ଷ ରହି କଲେଜ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଥିଲେ l କାଳକ୍ରମେ ଉକ୍ତ ହୋଷ୍ଟେଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା l ଉକ୍ତ ଛାତ୍ରାବାସ ନିର୍ମାଣ ପାଇଁ ଗତ ତା 28/08/2002 ରିଖ

ତା 03/10/2003 ରିଖ

ଅନୁପମଭାରତରେ ଖବର ପ୍ରସାରଣ ପରେ ହୋଷ୍ଟେଲ ଗୃହ ନିର୍ମାଣ ହେଲା l କିନ୍ତୁ କାଳକ୍ରମେ ସେହି ଗୃହ ଗୁଡିକରେ ଛାତ୍ରମାନେ ରହିବାରୁ ବଞ୍ଚିତ ହୋଇଛନ୍ତି l ବର୍ତମାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବାସଗୃହରେ ପରିଣତ ହୋଇଛି l
ଏହି ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ହୋଷ୍ଟେଲ ନିର୍ମାଣ ପାଇଁ କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେବାକୁ TK NEWS MEDIA ର Editor-cum-Founder ସୂର୍ଯ୍ୟନାରାୟଣ ନାୟକ ଙ୍କ ନିବେଦନ l