ଟିକାବାଲି AMCS କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

କନ୍ଧମାଳ (TKNEWSMEDIA) 30/04/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କୁ ଷଷ୍ଟି ପୂର୍ତ୍ତି ସମ୍ବର୍ଦ୍ଧନା ସମିତି ଟିକାବାଲି ମା ଭୈରବୀ କଲ୍ୟାଣ ମଣ୍ଡରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର ଅଧିକାରୀ ତଥା ସମ୍ବର୍ଦ୍ଧନା ସମିତିର ସଭାପତି ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ଏହି ଉତ୍ସବରେ ଡ. ପାଢ଼ୀ କହିଲେ ” ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ଜଣେ ନିଆରା ମଣିଷ ଜଣେ ଉତ୍ତମ ଶିକ୍ଷକ, ସୁବକ୍ତା, ନାଟ୍ୟକାର, ସାହିତ୍ୟିକ ଓ ଜଣେ ଦରଦୀ ମଣିଷ” l

ଅଧ୍ୟକ୍ଷ ମହାନ୍ତିଙ୍କ ବ୍ୟକ୍ତିତ୍ୱକୁ ନେଇ ସ୍ମୃତି ଗ୍ରନ୍ଥ ଅନ୍ଵେଷା ଅରୁଣିମା ଉନ୍ମୋଚିତ ହୋଇଥିଲା l

ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,

ସମ୍ମାନିତ ଅତିଥିଭାବେ ଖଜୁରୀପଡା ବିଡ଼ିଓ ଦତ୍ତାତ୍ରେୟ ବାହିନୀ ପତି

ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର

ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ

କଟକ ସିଡିଭିଓ ଡାକ୍ତର ସୁଶାନ୍ତ କୁମାର ନାୟକ, ରାଜ୍ୟ ଏସି ମୋର୍ଚ୍ଚାର ଉପସଭାପତି ରାମବିଶ ଦିଗାଲ, ଡ଼. ରମେଶ ପ୍ରଧାନ

ପୂର୍ବତନ KIGM କଲେଜ ଅଧ୍ୟକ୍ଷ ଡ଼. ତ୍ରିଲୋକ୍ୟନାଥ ସେନାପତି, ସମ୍ବର୍ଦ୍ଧନା ସଭାର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ମଞ୍ଚସୀନ ଥିଲେ l ଟିକାବାଲି କଲେଜ ଛାତ୍ର ଛାତ୍ରୀ, କର୍ମଚାରୀ, ଜନସାଧାରଣ, କଳାକାରମଞ୍ଚ, କନ୍ଧମାଳ ର ପ୍ରାୟ କଲେଜର ଅଧ୍ୟକ୍ଷ, ଅଧ୍ୟକ୍ଷl ଅଧ୍ୟାପକ, ଅଧ୍ୟାପିକା ଗଞ୍ଜାମ, ନୟାଗଡ଼, କୋରାପୁଟ, ଗଜପତି ଜିଲ୍ଲାରୁ କିଛି ଅଧ୍ୟକ୍ଷ, ଅଧ୍ୟାପକ କାର୍ଯ୍ୟକ୍ରମ ରେ ପାଞ୍ଚଶହ ରୁ ଉର୍ଦ୍ଧ୍ୱ ଉପସ୍ଥିତ ଥିଲେ ଓ ପଚାଶ ରୁ ଅଧିକ ବ୍ୟକ୍ତି ମହାନ୍ତିଙ୍କ ଜୀବନ, କାର୍ଯ୍ୟ ଶୈଳୀଉପରେ ସ୍ମୁତିଚାରଣ କରିଥିଲେ l ଏ ପ୍ରକାର ଭବ୍ୟ ସମ୍ବର୍ଦ୍ଧନା ଆମ ଜିଲ୍ଲା ପାଇଁ ପ୍ରଥମ ବୋଲି ଆଲୋଚନା ହେଉଛି l ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀଙ୍କ ନୃତ୍ୟ ଓ ବିରାଟ ପଟୁଆରରେ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଟିକାବାଲିର ପ୍ରତ୍ୟେକ ସାମ୍ବାଦିକ ବନ୍ଧୁ ଶ୍ରୀଯୁକ୍ତ ମହାନ୍ତି ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l ଦୀନକୃଷ୍ଣ ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ମନୋଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l