ଭୁଲ୍ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ ଜିନିଷ
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ କାରବାରରେ କେଉଁ ଜିନିଷଗୁଡ଼ିକ ଏଡାଇବା ଉଚିତ। ତାହା ଜାଣି ରଖନ୍ତୁ | ଲୁଣକୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଅନ୍ୟ କାହା ଦ୍ୱାରା ବ୍ୟବହୃତ ଲୁଣ ଘରକୁ ନକାରାତ୍ମକ ଶକ୍ତି ଆଣିପାରେ, ଯାହା ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ।ଘଣ୍ଟା ସମୟର ପ୍ରତୀକ, ଏବଂ ସମୟ ମଧ୍ୟ ଟଙ୍କା ସହିତ ଜଡିତ। ତେଣୁ କାହାଠାରୁ ଧାର ନିଆଯାଇଥିବା ଘଣ୍ଟା କିମ୍ବା ଅନ୍ୟ କାହା ଦ୍ୱାରା ପିନ୍ଧାଯାଇଥିବା ଘଣ୍ଟା ପିନ୍ଧିବା ଉଚିତ ନୁହେଁ।ତେଲକୁ ଶନି ଦେବଙ୍କ ସହ ଜଡିତ ବୋଲି ବିବେଚନା କରାଯାଏ। ଅନ୍ୟ କାହା ଘରୁ ତେଲ ଉଧାର ନେଇ ଘରେ ଶନି ଦୋଷ ଆଣିପାରେ, ଯାହା ଆର୍ଥିକ କ୍ଷତିର କାରଣ ହୋଇପାରେ।