ଲୀଙ୍କିମା ପ୍ରଧାନ ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଗୌରବ

କନ୍ଧମାଳ (TKNEWSMEDIA ) 16/05/2026 : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍. ସି.ଏସ. ମହାବିଦ୍ୟାଳର ଅର୍ଥନୀତି ବିଭାଗରେ ଅଧ୍ୟୟନ କରୁଥିବା ସ୍ନାତକ ଶେଷ ବର୍ଷ ଛାତ୍ରୀ ଲୀଙ୍କିମା ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୦୨୬ ଶ୍ରେଷ୍ଠ ଦଶଜଣ ଙ୍କ ମଧ୍ୟରେ ନବମ ସ୍ଥାନରେ ରହି ଟିକାବାଲି କଲେଜ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ସେ ଜଣେ ଗରିବ ଏବଂ ଆଦିବାସୀ ଛାତ୍ରୀ l କଲେଜର ଶିକ୍ଷାଦାନ ଓ ନିଜର ନିଷ୍ଠା ବଳରେ ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନରେ ରହିଥିବାରୁ ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି , ବର୍ତ୍ତମାନର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ରଥ,ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶଙ୍କର ପାଢ଼ୀ,ଅଧ୍ୟାପିକା ଶିବାନୀ କହଁର, ଅଧ୍ୟାପକ ନରେନ୍ଦ୍ର ଦିଗାଲ,ବନମାଳୀ ବେହେରା,ବିରୂପାକ୍ଷ ତ୍ରିପାଠୀ, ଦୀପକ ସାହୁ ଓ ଗ୍ରାମବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଏବଂ ଅଭିନନ୍ଦନ ।