ଏବିଭିପି ତରଫରୁ ବିଜେବି କଲେଜରେ ଓଡିଶା ଦିବସ ପାଳିତ

ଭୁବନେଶ୍ୱର (TKNEWSMEDIA ) 31/03/2025 : ଭୁବନେଶ୍ୱର ବିଜେବି କଲେଜରେ ABVP ତରଫରୁ ଓଡିଶା ଦିବସ ପାଳିତ ହୋଇଛି l ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା l ପ୍ରଭୁ ଜଗନ୍ନାଥଙ୍କର ଏହି ଭୂମିରେ କେତେ ମହାନ ପୁରୁଷ ଜନ୍ମ ଗ୍ରହଣ କରି ମା ମାଟି ପାଇଁ ସେବା କରିଛନ୍ତି l

ଓଡ଼ିଶା ଦିବସ ଉପଲକ୍ଷେ 31 ତାରିଖ ସନ୍ଧ୍ୟାରେ ଓଡ଼ିଶାକୁ ସ୍ଵତନ୍ତ୍ର ଭାଷା ଭିତିକ ରାଜ୍ୟରେ ପରିଣତ କରିବା ପାଇଁ ସଂଗ୍ରାମ କରିଥିବା ଓ ଭାରତକୁ ସ୍ଵାଧୀନ କରିବା ପାଇଁ ସଂଗ୍ରାମ କରିଥିବା ସମସ୍ତ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଏବିଭିପି ବିଜେବି କଲେଜ ଶାଖା ପକ୍ଷରୁ ବିଜେବି କଲେଜ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ବରପୁତ୍ର ମାନଙ୍କୁ ସ୍ମରଣ କରିବା ସହ ଓଡିଶା ଦିବସ ପାଳନ ନିମନ୍ତେ ମିଠା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ସମ୍ପାଦକ ଶ୍ରୀ ରାଜକୁମାର ମିଶ୍ର , ବିଜେବି କଲେଜ ଛାତ୍ର ନେତା ପଙ୍କଜ ମହାନ୍ତି, ବିଶ୍ଵଜିତ ସାହୁ, ରବି ନାରାୟଣ, ଅରୂପ ରାୟ, ଆଶୁତୋଷ ତ୍ରିପାଠୀ, ପ୍ରୟାସ ମହାନ୍ତି, ଦୀପକ, ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପାଳନ କରିଥିଲେ l