ପ୍ରେସ୍ ବିଜ୍ଞପ୍ତି

“ଭାଷା ସମୃଦ୍ଧି ଅଭିଯାନ” ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ନିମନ୍ତେ ଆବେଦନ ଆହ୍ୱାନ

        


 ଓଡ଼ିଶା ଭର୍ଚୁଆଲ ଏକାଡେମୀ ଦ୍ୱାରା ଆରମ୍ଭ ହୋଇଥିବା "ଭାଷା ସମୃଦ୍ଧି ଅଭିଯାନ"କୁ କନ୍ଧମାଳ ଜିଲ୍ଲାରେ ସଫଳ ରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଉଛି।ନିମ୍ନୋକ୍ତ ୧୫ଟି କ୍ଷେତ୍ରରୁ ଅଭିଜ୍ଞ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଚୟନ କରାଯିବ:  
  1. ସ୍ଥାନ, ବ୍ୟକ୍ତିତ୍ୱ, କାର୍ଯ୍ୟକ୍ରମ
  2. ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା
  3. ନୃତ୍ୟ, ସଙ୍ଗୀତ, ସିନେମା, କ୍ରୀଡ଼ା ଓ ମନୋରଞ୍ଜନ
  4. ମନ୍ଦିର ଓ ପୁରାତନ ସ୍ଥାପତ୍ୟ
  5. ଜଗନ୍ନାଥ ଚେତନା
  6. ଓଡ଼ିଆ ଭାଷା ଓ ସଂସ୍କୃତି, ସାହିତ୍ୟ, ଇତିହାସ ଓ ଭୂଗୋଳ
  7. ସ୍ୱାସ୍ଥ୍ୟ, ପୋଷକତତ୍ତ୍ୱ, ଭେଷଜ ବିଜ୍ଞାନ ଏବଂ ଆନୁଷଙ୍ଗିକ
  8. ଜଙ୍ଗଲ, ପରିବେଶ ଓ ଜଳବାୟୁ ଅଧ୍ୟୟନ
  9. ଆୟୁଷ୍ ଏବଂ ପାରମ୍ପରିକ ଚିକିତ୍ସା
  10. ପ୍ରଶାସନ, ପ୍ରଶାସନିକ ବିଧି ଓ ନିୟମାବଳୀ ଏବଂ ଆଇନ
  11. କୃଷି, ମତ୍ସ୍ୟ, ପଶୁ ଚିକିତ୍ସା ଓ ପଶୁପାଳନ
  12. ଉଦ୍ୟମିତା, ଅର୍ଥନୀତି ଓ ପରିଚାଳନା ବିଦ୍ୟା
  13. ପ୍ରମୁଖ ଅନୁଷ୍ଠାନ
  14. ଉଭିଦ ଓ ବୃକ୍ଷଲତା
  15. ଭାରତୀୟ ଜ୍ଞାନ ପଦ୍ଧତି
    ଆବେଦନ ଆରମ୍ଭ: ୨୦/୦୫/୨୦୨୬
    ଆବେଦନ ଶେଷ ତାରିଖ: ୨୫/୦୫/୨୦୨୬
    ଯୋଗ୍ୟତା: କନ୍ଧମାଳ ଜିଲ୍ଲାର ସ୍ଥାୟୀ ବାସିନ୍ଦା ଏବଂ ସମ୍ପୃକ୍ତ କ୍ଷେତ୍ରରେ ସର୍ବନିମ୍ନ ୫ ବର୍ଷ ଅଭିଜ୍ଞତା।
    ଯୋଗାଯୋଗ:
  16. ସୁଜିତ କୁମାର ଚୌଧୁରୀ
    (ଜିଲ୍ଲା ମୁଖ୍ୟ ସଂଯୋଜକ, ଓଡ଼ିଶା ଜ୍ଞାନ ନିଗମ, କନ୍ଧମାଳ)
    ମୋ: 9348221171
  17. ନଳିନୀକାନ୍ତ ସାହୁ
    (ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ )
    ମୋ-90404 12545
    ଇମେଲ୍:kandhamaldco2@gmail.com, dlckandhamal@okcl.org
    ଇଚ୍ଛୁକ ବ୍ୟକ୍ତିମାନେ ନିଜର ବାୟୋଡାଟା ଓ ଅଭିଜ୍ଞତା ପ୍ରମାଣପତ୍ର ସହ ୨୫/୦୫/୨୦୨୬ ସୁଦ୍ଧା ଉପରୋକ୍ତ ଠିକଣାରେ ଯୋଗାଯୋଗ କରନ୍ତୁ।