କନ୍ଧମାଳର 12ଟି ବ୍ଲକରେ 40ଟି କେନ୍ଦ୍ରରେ ଆୟୁଷ୍ମାନ ସ୍ମାର୍ଟ କାର୍ଡର ଶୁଭାରମ୍ଭ
କନ୍ଧମାଳ (TKNEWSMEDIA )11/04/2025 : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକର ୪୦ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ସିଧା ପ୍ରାସାରଣ ହୋଇଛି ।

ଫୁଲବାଣୀ କରୋନେସନପଡିଆରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି କହିଲେ ଜିଲ୍ଲାରେ ମୋଟ ୩ ଲକ୍ଷ ୭ ହଜାର ୨୭୩ ଟି କାର୍ଡ ଓ ୩୬ ଲକ୍ଷ ୩୨ ହଜାର ୭୪୫ଟି କମ୍ବୋ କୀଟ୍ ହସ୍ତଗତ ହୋଇଛି । ପୂର୍ବରୁ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କର ପରିବାରର ସମସ୍ତ ସଦସ୍ୟମାନଙ୍କୁ ଉକ୍ତ ନୂତନ କାର୍ଡ ପ୍ରଦାନ କରାଯିବ ।

ପ୍ରତ୍ୟେକ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ଏବଂ ମହିଳାଙ୍କ ନିମନ୍ତେ ଅତ୍ୟଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଉକ୍ତ ସୁବିଧା ଭାରତ ବର୍ଷର ୨୯୦୦୦ ଡାକ୍ତରଖାନାରେ ଉପଲବ୍ଧ ହେବ । ଆଶାଦିଦି ଏବଂ ଜନ ସେବା କେନ୍ଦ୍ର ସଦସ୍ୟଙ୍କ ସହ ମିଶି ଘରକୁ ଘର ବୁଲି ୧୨ ତାରିଖ ଠାରୁ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିବ l
