ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ
ଫୁଲବାଣୀ ( TKNEWSMEDIA) 13/04/2025 : ଓଡିଆ ପକ୍ଷପାଳନ ୨୦୨୫ ଅବସରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଅନ୍ନ ଅଭିଯାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ଆଦିବାସୀ ସମୁଦାୟରେ ଶ୍ରୀ ଅନ୍ନ ବା ମିଲେଟ ଏକ ପାରମ୍ପରିକ ଖାଦ୍ୟ । ଏହାର ପ୍ରୋତ୍ସାହନ ସ୍ଥାନୀୟ ସଂସ୍କୃତି ଓ ଜୀବନଶୈଳୀକୁ ସଂରକ୍ଷଣ କରୁଛି । ଶ୍ରୀ ଅନ୍ନ କେବଳ ଏକ ଶସ୍ୟ ନୁହେଁ, ବରଂ ସ୍ୱାସ୍ଥ୍ୟ, ପରିବେଶ ଓ ଅର୍ଥନୀତିର ଏକ ସ୍ଥାୟୀ ସମାଧାନ ।

ଏହାକୁ ଆମ ଖାଦ୍ୟରେ ସାମିଲ କଲେ ଆମେ ନିଜର ସୁସ୍ଥ ଜୀବନ ସହିତ ଚାଷୀ ଓ ପରିବେଶର ମଙ୍ଗଳ ପାଇଁ ଯୋଗଦାନ ଦେଇପାରିବା । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ହେମନ୍ତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଜେଲ ଅଧୀକ୍ଷକ ଶ୍ରୀ ହେମନ୍ତ କୁମାର ସେଠୀ, ସବିତା ସୁବୁଦ୍ଧି , ଶ୍ରୀ ବିଜେଶ କୁମାର ଜୋଶୀ,ଶ୍ରୀ ସୁରେଶ କୁମାର ମହାପାତ୍ର, ଡ଼ ଚନ୍ଦ୍ରଶେଖର ଦାସ, ଶ୍ରୀ ଧିରେନ୍ଦ୍ର କୁମାର ସ୍ଵାଇଁ, ପ୍ରଣତି ତ୍ରିପାଠୀ, ଜନନୀ ସ୍ୱୟଂସହାୟିକା ଗୋଷ୍ଠୀର କର୍ମକର୍ତ୍ତା, ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରମାନଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
