ଫୁଲବାଣୀରେ ପଞ୍ଚାୟତରାଜ ଦିବସ -2025 ପାଳିତ
ଫୁଲବାଣୀ (TKNEWSMEDIA ) 24/04/2025 : ଫୁଲବାଣୀ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳର ମିଳିତ ଆନୁକୂଲ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୫ ପାଳିତ ହୋଇଛି । କାଶ୍ମୀରର ପହଳଗ୍ରାମଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣହରାଇଥିବା ୨୬ଜଣ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟର ନୀରବ ପ୍ରାର୍ଥନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ କହିଲେ “ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ବିକାଶରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି । ମହିଳା ସଶକ୍ତିକରଣ ଓ ଦାରିଦ୍ର୍ୟ ଦୂରୀକରଣରେ ଏହାର ଯୋଗଦାନ ଅତୁଳନୀୟ “। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରି ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ଏଥିରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା କହିଲେ ” ବିକାଶର ମୂଳ ହେଉଛି ଗ୍ରାମ । ଗ୍ରାମ ଯଦି ବିକାଶ ନ ହେବ ତେବେ ରାଜ୍ୟ ବା ଦେଶର ବିକାଶ ହୋଇପାରିବ ନାହିଁ ତେଣୁ ପଞ୍ଚାୟତିରାଜ ଦିବସରେ ଗ୍ରାମର ବିକାଶ ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ “। ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ରାଜସ୍ୱ ସଂଗ୍ରହ, ଭିତ୍ତିଭୂମିର ବିକାଶ ଏବଂ ସେବା ପ୍ରଦାନ ଭଳି କ୍ଷେତ୍ରରେ ପ୍ରଦର୍ଶନକୁ ଆଧାର କରି ଜିଲ୍ଲାର ୭ଟି ପଞ୍ଚାୟତକୁ ରାଜ୍ୟ ଅର୍ଥ ଆୟୋଗ ପ୍ରୋତ୍ସାହନ ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ ହିତାଧିକାରୀମାନଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରମା ମଲ୍ଲିକ , ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର,ଏ.ପି.ଡି- ତଥା – ଡି.ପି.ଓ, ଜିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାୟକ, ଏ.ପି.ଡି ଫାଇନାନ୍ସ ଶ୍ରୀ ବିଦୁର ବେହେରା, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ଉପାଧ୍ୟକ୍ଷ, ଶ୍ରୀ ଶ୍ରୀନିବାସ ମଲ୍ଲିକ, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସରକାରୀ କର୍ମଚାରୀ, ପୌରପରିଷଦ, ଫୁଲବାଣୀର କର୍ମଚାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

