ଫୁଲବାଣୀରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ
ଫୁଲବାଣୀ ( TKNEWSMEDIA) 10/12/2025 : ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ବଡଦିନ ଓ ଇଂରାଜୀ ନବବର୍ଷ ସମୟରେ ଜିଲ୍ଲାରେ ଶାନ୍ତି, ସଦଭାବ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ବିଭିନ୍ନ ଧାର୍ମିକ ସଂଗଠନମାନଙ୍କ ପ୍ରତିନିଧିମାନେ ବଡଦିନ ପାଳନ ସମୟରେ ହେଉଥିବା ସମସ୍ୟା ଓ ଆବଶ୍ୟକ ସୁବିଧା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ…
