OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଚକାପାଦ ଠାରୁ ଲାଇନପଡା ଭାୟା ବେହେରାଗାଁ-ସୁନାପାଙ୍ଗା-ଲଦା -ଖୁଡୁତେନ୍ତୁଳି ରାସ୍ତାରେ ଯାତାୟାତ ପାଇଁ ନିବେଦନ

କନ୍ଧମାଳ (TKNEWSMEDIA) 26/05/2026 : କନ୍ଧମାଳ ଜିଲ୍ଲାର ବେହେରାଗାଁ – ଲଦା- ଲାଇନପଡା ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବସ ଯାତାୟାତ କରୁନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l


OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଚକାପାଦ ଠାରୁ ଲାଇନପଡା ଭାୟା ବେହେରାଗାଁ – ସୁନାପାଙ୍ଗା – ଲଦା – ଖୁଡୁତେନ୍ତୁଳି ରାସ୍ତାରେ ଆସିବ ଏବଂ ଲାଇନପଡା ଠାରୁ ଚକାପାଦ ଭାୟା ଶଙ୍କରାଖୋଲ – ଆରାବକା – ବସ୍ତିଙ୍ଗିଆ ରାସ୍ତାରେ ଫେରିବ

ଦ୍ୱିତୀୟ ଥର ଚକାପାଦ ଠାରୁ ଲାଇନପଡା ଭାୟା ବସ୍ତିଙ୍ଗିଆ – ଆରାବକା – ଶଙ୍କରାଖୋଲ ରାସ୍ତାରେ ଆସିବ l
ଲାଇନପଡା ଠାରୁ ଚକାପାଦ ଭାୟା ଖୁଡୁତେନ୍ତୁଳି – ଲଦା – ସୁନାପାଙ୍ଗା – ବେହେରାଗାଁ ରାସ୍ତାରେ ଫେରିବ l

ଏହିପରି ଭାବରେ ବସ୍ ଯାତାୟାତ କଲେ ଚକାପାଦ ବ୍ଲକ୍ ର ବସ୍ତିଙ୍ଗିଆ, ବେହେରାଗାଁ, କୁସୁମେଣ୍ଡି, ବପଲମେଣ୍ଡି ଏଲ୍, ଶଙ୍କରାଖୋଲ , ଆରାବକା, ବି. ବପଲମେଣ୍ଡି,ପସରା, ଚକାପାଦ ଗ୍ରାମ ପଞ୍ଚାୟତ ର ହଜାର ହଜାର ଜନସାଧାରଣ ଉପକୃତ ହୋଇପାରିବେ l ଏଥିପ୍ରତି କନ୍ଧମାଳ ଜିଲ୍ଲାପାଳ ଯୁଦ୍ଧକାଳୀନ ଭିତ୍ତିରେ ଦୃଷ୍ଟି ଦେବାକୁ TK NEWS MEDIA ର Editor-cum-Founder ସୂର୍ଯ୍ୟନାରାୟଣ ନାୟକ ଙ୍କ ନିବେଦନ l
