ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଗୌରବ

କନ୍ଧମାଳ (TKNEWSMEDIA) ୨୨/୦୫/୨୦୨୬ : କନ୍ଧମାଳ ଜିଲ୍ଲାର ଯୁକ୍ତଦୁଇ ୨୦୨୬ ପରୀକ୍ଷାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଗୌରବ ନିର୍ମାଲ୍ୟ ମଞ୍ଜରି ନାୟକ କଳା ବିଭାଗରେ ୬୦୦ ରୁ ୫୫୨ ନମ୍ବର (୯୨%) ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟ ଛାତ୍ରୀ ମଧୁସ୍ମିତା ପ୍ରଧାନ ୬୦୦ ରୁ ୫୪୬ ନମ୍ବର (୯୧%) ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହଙ୍କ ତରଫରୁ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ l ଏଥି ସହ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବହୋଇପାରିଛି ବୋଲି ମତ ପ୍ରଦାନ କରିଛନ୍ତି। ଉକ୍ତ କଲେଜ୍ ର ଉତ୍ତୀର୍ଣ୍ଣ ହାର ୯୩% ହୋଇଥିବାରୁ ପରୀକ୍ଷା ଫଳ ପ୍ରକାଶ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳି ଯାଇଛି।