ଜିନା ରାଣୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ

କନ୍ଧମାଳ (TKNEWSMEDIA ) 21/05/2026 : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଶେଷ ବର୍ଷ (ସ୍ନାତକ) ପରୀକ୍ଷାରେ ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ଛାତ୍ରୀ ଜିନା ରାଣୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଶୁଭ୍ରା ପ୍ରିୟଦର୍ଶନୀ ପ୍ରଧାନ ଓ ତୃତୀୟ ସ୍ଥାନରେ ବୈଶାଳୀ ବାଘ , ଅର୍ଚ୍ଚନା ମଲ୍ଲିକ ଚତୁର୍ଥ, ସ୍ୱୟଂପ୍ରଭା ପ୍ରଧାନ ପଞ୍ଚମ, ମିନୁ ପ୍ରଧାନ ଷଷ୍ଠ, ଅନୁପମା କହଁର ସପ୍ତମ, ବର୍ଷାରାଣୀ ପ୍ରଧାନ ଅଷ୍ଟମ ଏବଂ ବେବି କହଁର ନବମ ସ୍ଥାନ, ଗୃହ ବିଜ୍ଞାନ ବିଭାଗର ଛାତ୍ରୀ ରୋଶନୀ ମହାନନ୍ଦା ବିଶ୍ୱବିଦ୍ୟାଳୟ ସ୍ତରରେ ନବମ ସ୍ଥାନ, ଓଡ଼ିଆ ବିଭାଗର ଛାତ୍ରୀ ପ୍ରିୟଙ୍କା ସାହୁ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ତନୁଜା ସିଂହ ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କ ତରଫରୁ ସମସ୍ତ ସଫଳ ଛାତ୍ରୀମାନଙ୍କୁ ଶୁଭେଚ୍ଛା, ଶୁଭକାମନା ଏବଂ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
କୃତି ଛାତ୍ରୀମାନଙ୍କ ଏହି ସଫଳତାରେ ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳିଯାଇଛି l
