ବ୍ରାହ୍ମଣୀ ଗାଁ (TK NEWS) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ.ରେ ୧୫ ଗୋଟି ଜୋନ ରହିଥିବା ବେଳେ ୧୫ ଜଣ ଡ଼ାଇରେକ୍ଟର ଙ୍କ ଚୟନ ପ୍ରକ୍ରିୟା ପାଇଁ ସମବାୟ ସମିତି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତଦନୁଯାୟୀ ନାମାଙ୍କନ ଦାଖଲ ପ୍ରକ୍ରିୟାରେ କରାଯାଇଥିଲା ହେଲେ କୌଣସି କାରଣରୁ ୬,୭,୧୦ ଓ ୧୪ନଂ ଜୋନର କେହି ବି ନାମାଙ୍କନ ଦାଖଲ କରିନଥିବା ବେଳେ ୯ ଟି ଜୋନ ରେ ନିର୍ଦ୍ୱନ୍ଦ ରେ ବିଜୟୀ ହୋଇଥିଲେ। ୧୩ ଓ ୧୫ ନଂ ଜୋନ ପାଇଁ ଦ୍ଵିମୁଖୀ ନିର୍ବାଚନ ହୋଇଥିଲା । ସ୍ଥାନୀୟ ୟୁପି ସ୍କୁଲରେ ଆୟୋଜିତ ଭୋଟ୍ କେନ୍ଦ୍ର ରେ ୧୩ ନଂ ଯୋନ ପାଇଁ ଏଲୀୟ ମାଝୀ ଓ ଚିତ୍ରସେନ ସୁନ୍ଦୁରା ମାଝୀ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏହି ଜୋନ ରେ ମୋଟ ୧୨୨ ଜଣ ମତଦାତା ଙ୍କ ମଧ୍ୟରୁ ଅପରାହ୍ନ ୪ ଟା ସୁଦ୍ଧା ୭୯ ଜଣ ନିଜର ମତଦାନ କରିଥିଲେ । ସେଥି ମଧ୍ୟରୁ ଏଲୀୟ ମାଝୀ ସର୍ବାଧିକ ୪୪ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ୧୫ ନଂ ଜୋନ ରେ ଗଜେନ୍ଦ୍ର ମୁଠାମାଝୀ ଓ ତାରାସିଅ ନାୟକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ଏହି ଜୋନରେ ୫୬ ଜଣ ମତଦାତା ରହିଥିବା ବେଳେ ୫୦ ଜଣ ନିଜର ମତ ସାବ୍ୟସ୍ତ କରିଥିଲେ ସେଥିମଧ୍ୟରୁ ସର୍ବାଧିକ ୪୪ ଖଣ୍ଡ ଭୋଟ୍ ପାଇ ଗଜେନ୍ଦ୍ର ମୁଠାମାଝୀ ବିଜୟୀ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଏସ. ସଦାନନ୍ଦ ଘୋଷଣା କରିଛନ୍ତି।
ନିର୍ବାଚନ ଅଧିକାରୀ ଏସ. ସଦାନନ୍ଦଙ୍କ ତତ୍ୱବାଧାନରେ ମୋନିଟରିଂ ଅଧିକାରୀ ରମାକାନ୍ତ ଦିଗାଲ, ପୋଲିଂ ଅଧିକାରୀ ଆବେଦନ ନାୟକ, ପ୍ରିଜାଡିଂ ଅଧିକାରୀ ପାର୍ଥ ସହାୟ ରାଉତ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିବା ବେଳେ ଏମ୍ ଡ଼ି ଅଜିତ କୁମାର ନାୟକ, ଏକାଉଣ୍ଟାଣ୍ଟ ଲିପୁନ ବଳିଆର ସିଂ, ସେଲସ ମେନ ଅଜିତ କୁମାର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।
ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ଙ୍କ ତତ୍ୱବାଧାନ ରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏ ଏସ ଆଇ, ଶଙ୍କର କୁମାର ୱାର୍ଡକା,ରମାକାନ୍ତ ସେଠୀ ସମେତ ସୁରକ୍ଷା କର୍ମୀ ଓ ଗୃହରକ୍ଷୀ ମୁତୟନ ହୋଇ କଡ଼ା ସୁରକ୍ଷା ବଳୟରେ ବାଲଟ ବକ୍ସ କୁ ଲ୍ୟାମ୍ପ ରେ ପହଞ୍ଚାଇଥିଲେ। ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପ୍ରକ୍ରିୟା ସମ୍ମାପନ ହୋଇଥିବା ଜଣାପଡିଛି।