ମା ପରା ସିଏ ଜଗତ ଦେଖାଇ
ଦେଇ ଅଛି ମୋତେ ଜନମ
କେତେ ଅଳି ମୋର ସହି ନେଇଅଛି
ଭୁଲାଇ ଦେଇ ତାର ମରମ||
ଦଶ ମାସ ଦଶ ଦିନ ଧରିକି ସେ
ଦେଇଅଛି ମୋତେ ପରାଣ
ରକତ ତା ଯେଉଁ ବକ୍ଷ ରୁ ଝରଇ
ଅମୃତ ସହ ସେ ସମାନ||
ଆକାଶ ଠାରୁ ସେ ବଳି ଯାଇ ଅଛି
ଧରିତ୍ରୀ ମାତା ସହ ସମାନ
ସାଗର ଠାରୁ ଗଭୀର ତା ପେରେମ
ବୁଝି ହୁଏ ନାହିଁ ଜାଣ ||
ତୁହି ଅଟୁ ମୋର ଜନମ ଦାତ୍ରୀ
ତୁହି ପରା ମୋର ଜନନୀ
ସରଗ ଠାରୁ ବି ବଡ ତୋର କୋଳ
ଯୋଉଠି ପରମ ଶାନ୍ତି ||
କାଟିଦେବି ଦିନ ତୋହରି ସେବାରେ
ଅନୁମତି ମାଗୁଅଛି
ମା ଋଣ ପରା ଶୁଝି ହୁଏ ନାହିଁ
ସାତ ଜନମ ପାଇଁ କି||
ଏତିକି ମିନତି କାଳିଆ ଠାକୁର
ଯଦି ପର ଜନମ କିଛି ଅଛି
ମୋ ମା କୋଳେ ଜନମ ଦେବୁରେ
ସତେ ଋଣ ଶୁଝି ଦେବିକି ||
ଅଞ୍ଜଳୀ ପଣ୍ଡା
ଅର୍ଥନୀତି ଅଧ୍ୟାପିକା
ରାଇକିଆ, କନ୍ଧମାଳ
ସତାଅଶି ତମ ଉତ୍କଳ ଦିବସ ର ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା।
ଆମେ ଓଡ଼ିଆ ଭାରି ବଢିଆ।।ବନ୍ଦେ ଉତ୍କଳ ଜନନୀ।। ସତାଅଶି ତମ ପ୍ରତିଷ୍ଠା ଉତ୍କଳଦିନ ର ଆଜି ଉତ୍ସବ,ବୀର ପ୍ରସବିନୀ ଉତ୍କଳ ଜନନୀଉତ୍ସବ ମୁଖର ହେବ। ସ୍ବତନ୍ତ୍ର ଉତ୍କଳ...