ଆମେ ଓଡ଼ିଆ ଭାରି ବଢିଆ।।
ବନ୍ଦେ ଉତ୍କଳ ଜନନୀ।।
ସତାଅଶି ତମ ପ୍ରତିଷ୍ଠା ଉତ୍କଳ
ଦିନ ର ଆଜି ଉତ୍ସବ,
ବୀର ପ୍ରସବିନୀ ଉତ୍କଳ ଜନନୀ
ଉତ୍ସବ ମୁଖର ହେବ।
ସ୍ବତନ୍ତ୍ର ଉତ୍କଳ ବାସୀ କୋଳାହଳ
ବୀର ପୁରୁଷ ଙ୍କ କ୍ରାନ୍ତି,
ମାତୃଭୂମି ମାତୃ ଭାଷାର ମମତା
ଭରି ତୃପ୍ତି ହୋଇ ଛନ୍ତି।
ଆମରି ପ୍ରଦେଶ ଆମରି ସନ୍ଦେଶ
ଆମ ନିଜ ସ୍ବାଭିମାନ,
ଯେ ଓଡ଼ିଆ ଭାଷା ତାର ପରିଭାଷା
ଓଡ଼ିଶାର ସମ୍ବେଦନ।
ଥିଲେ ବାରିଷ୍ଟର ପ୍ରଥମେ ଆମର
ଶ୍ରୀ ମଧୁସୂଦନ ଦାସ,
ତାଙ୍କରି ଆଇନ କରି ପ୍ରଣୟନ
ସ୍ବତନ୍ତ୍ର ଆମ ପ୍ରଦେଶ।
ଆମ ଗୋପବନ୍ଧୁ ଆମ ବିଜୁବାବୁ
କବିବର ରାଧାନାଥ,
ତାଙ୍କ ପ୍ରୋତ୍ସାହନ ପାଇଁ ଆମେ ଧନ୍ୟ
ପାଇଛୁ ସ୍ବାଧୀନ ତନ୍ତ୍ର।
ଆମେ ଯେ ଓଡ଼ିଆ ଭାଷା ଯେ ଓଡ଼ିଆ
ଶବ୍ଦ ଭାବାର୍ଥ ଲାଳିତ୍ୟ,
ବର୍ଣ୍ଣନ ମଧୁର ଉଚ୍ଚାରଣ ତାର
ଆଚରଣ ର ସଞ୍ଜତ।
ଆମ ଜନ୍ମଭୂମି ଆମରି ଜନନୀ
ଆମେ ତା ଯୋଗ୍ୟ ସନ୍ତାନ,
ଶତ ଶତ ନତ ମସ୍ତକ ତା ପଦେ
ଦେଇ ଭୂମିଷ୍ଠ ପ୍ରଣାମ।
ଆମରି ସେ ଗର୍ବ ଆମରି ଗୈାରବ
ଆମ ସ୍ବଛ ସ୍ବାଭିମାନ,
ଆଜି ଏ ଦିନ ରେ ମାତୃ ଉଦ୍ଧେଶ୍ୟରେ
ପ୍ରଭାତ କରେ ନମନ।
ବନ୍ଦେ ଉତ୍କଳ ଜନନୀ। ବନ୍ଦେ ଉତ୍କଳ ଜନନୀ।।ଜୟ ଜଗନ୍ନାଥ।