“କରି କରାଉ ଥାଏ ମୁଁହି ମୋ ବିନୁ ଅନ୍ୟ ଗତି ନାହିଁ ” କହିବା ବାହୁଲ୍ୟ ଯେ ଏହି ବିଶ୍ୱ ବ୍ରହ୍ମ|ଣ୍ଡ ରେ ଏହା ହିଁ ହୋଇଥାଏ ଯାହା ଈଶ୍ୱର ଙ୍କ ଇଛା |
ଈଶ୍ୱର ଙ୍କ ଇଛା ବିନା ବୃକ୍ଷ ରେ ଯେ ପତ୍ର ଟିଏ ବି ହଲେ ନାହିଁ ଏହି କଥା କାହାକୁ ବା ଅଛପା କାହାକୁ ବା ଅଜଣା! ଈଶ୍ୱର ମନୁଷ୍ୟ କୁ ଜୀବନ ଦେବା ପୂର୍ବରୁ ତାହାର ଭାଗ୍ୟ କୁ ଲିଖନ କରନ୍ତି ଏହି କଥା ଆମେ ଶାସ୍ତ୍ର ରୁ ଜାଣିବାକୁ ପାଉ | ମନୁଷ୍ୟ ର ଭାଗ୍ୟ ରେ ଯାହା ଲେଖା ହେଇ ଯାଏ
ସିଏ ତାହା ହିଁ ପାଇ ଚାଲିଥାଏ ସଂସାର ରୁ ଯିବା ପର୍ଯ୍ୟନ୍ତ |
ଠିକ ଏହା ହିଁ ଘଟିଥିଲା ରାମ
ବାବୁ ଙ୍କ ଜୀବନ ରେ, ହରି ପୁର ଗ୍ରାମ ର ଗୋଟେ ଗରିବ ମୋଚି ଥିଲେ
ରାମ ବାବୁ, ଜୀବନ ଶୈଳୀ ସେତେ ଉନ୍ନତ ନ ଥିଲେ ମଧ୍ୟ ଗୋଟିଏ ଝିଅ ଏବଂ ଧର୍ମ ପତ୍ନୀ ରାଘବୀ ଙ୍କ ସହ ସେ ଖୁବ ଖୁସି ରେ ତାଙ୍କ ସାଂସାରିକ ଜୀବନ କାଟନ୍ତି | ଏହି ହୋଲି ଦିନ
କରୋନା କଟକଣା କୁ ନେଇ ଗାଁ
ସରପଞ୍ଚ ନିୟମ କଲେ ସକାଳୁ 7 ଟା ରୁ ଦିନ 10 ଟା ଯାଏଁ ଦୋକାନ ବଜାର ଖୋଲା ରହିବ ତା ପରେ ହୋଲି ଖେଳ ସକାଶେ ସବୁ ବନ୍ଦ ହବ, ପୁଣି ଅପରାହ୍ନ 3 ଟା ରୁ ଯେମିତି ଖୋଲା ହେବା କଥା ପୁନଃ ଖୋଲା ଯିବ | ରାମ ବାବୁ ଙ୍କୁ ଯେମିତି ପୁରା ଚାନ୍ସ ମିଳିଛି କିଛି ସମୟ ତାଙ୍କ ସ୍ତ୍ରୀ ଓ ଝିଅ ଙ୍କ ସହ ବିତେଇବେ, ମୋଚି ଦୋକାନ ତୋ ସକାଳୁ ଏତେ ଭିଡ ନ ଥିଲା ତେଣୁ ରାମ ବାବୁ ତାଙ୍କ ଦୋକାନ କୁ ଟିକେ ଜଲଦି ବନ୍ଦ କରି ଦେଇ ଘରକୁ ଫେରିଲେ | ଦେଖିଲେ ଗତ ବର୍ଷ ର କିଛି ହୋଲି ବଳକା ରହିଛି ତାକୁ ନେଇ ଚାଲିଲେ ଗାଁ ରେ ଅବିର ଖେଳ ରେ ସାମିଲ ହେବାକୁ |ସଭିଏଁ ମନ ଖୁସିରେ ରଙ୍ଗ ବୋଳା ବୋଳି ହେଲେ | ରଙ୍ଗ ଖେଳ ସାରି ରାମ ବାବୁ ଫେରିଲେ ଘରକୁ | ଘରକୁ ଆସି ଦେଖିଲେ ଘର ଗାଧୁଆ ଘର ର ପାଣି କୁଣ୍ଡ ରେ ଖୁବ କମ ପାଣି ଅଛି |ଏହା ଦେଖି ଭାବିଲେ ଆରେ ପାଣି ତୋ କୁଣ୍ଡ ରେ ଯେତିକି ଅଛି ସେତିକି ସମୁଦ୍ର କୁ ଶଙ୍ଖେ | ଏହା ଭାବି ସେ ମୁଁହାଇଲେ ଗାଁ ର ଚିରସ୍ରୋତା ନଦୀ ଅଭିମୁଖେ ଗାଧୁଆ ସାରି ସେ ଫେରି ଆସିଲେ ଘରକୁ | ଘରେ ସ୍ତ୍ରୀ ଝିଅ ଉଭୟେ ଅପେକ୍ଷାରତ ଗରମ ଭାତ ସହ ରୋହି ମାଛ ଝୋଳ ଖାଇବା ପାଇଁ | ଖିଆ ପିଆ ସରିଲା ସେତେ ବେଳକୁ ଦିନ 12 ଟା ବାଜିଲାଣି, ଆଃ!!! କି ହାଲିଆ | ଏହା କହି ରାମ ବାବୁ ମସିଣା ମେଲେଇ ଗଡି ପଡିଲେ |ସଙ୍ଗେ ସଙ୍ଗେ ତାଙ୍କୁ ଜୋର ନିଦ ଘାରି ଗଲା | ନିଦ ଭାଂଗିଲା ବେଳକୁ ଘଣ୍ଟା ରେ ସାଢେ ଦୁଇ ବାଜିଲାଣି | ଆଖି ଖୋଲି ତାଙ୍କ ସ୍ତ୍ରୀ ରାଘବୀ ଙ୍କୁ ଡାକ ଦେବା ବେଳକୁ ଦେଖୁଛନ୍ତି ତାଙ୍କ ସାମ୍ନା ରେ ଠିଆ ହୋଇଛନ୍ତି, ମହିଷ ବାହକ ଜନ୍ତୁପତି | ରାମ ବାବୁ ହଠାତ କିଛି ଭାବି ନ ପାରି ପାଟି ଖନେଇ ପଚାରିଲେ ଆପଣ!!! ଆପଣ କିଏ?
ଠିକ ସେତିକିବେଳେ ଉତ୍ତର ରେ ଶୁଣିବାକୁ ପାଇଲେ, ମୁଁ ଜନ୍ତୁପତି |
ଆଛା ମୋ ପାଖେ ପୁଣି ଆପଣ ଙ୍କ କାମ କଣ? ପ୍ରଶ୍ନ କଲେ ରାମ ବାବୁ |
ଯମରାଜ ଉତ୍ତର ଦେଲେ ମୁଁ ତୁମକୁ ମର୍ତ୍ୟ ପୁରରୁ ସ୍ୱର୍ଗ କୁ ନେବାକୁ ଆସିଛି | ଏଠାରୁ ଆପଣଙ୍କୁ ବିଦାୟ ନେବାକୁ ପଡିବ | କଣ କରିବେ ରାମ ବାବୁ ତାଙ୍କ ମୁଣ୍ଡ ଉପରେ ହଠାତ ଯେମିତି ଆକାଶ ଛିଡି ପଡିଲା ପାଦ ତଳୁ ଯେମିତି ମାଟି ତାଙ୍କର ଖସି ପଡିଲା… କଣ ମୋତେ ସଂସାର ତ୍ୟାଗ କରିବାକୁ ପଡିବ.. ମୁଁ ଏ ଯାଏଁ କିଛି ମୋ ଜୀବନ ର କାର୍ଯ୍ୟ ଆରମ୍ଭ କରିନି, ପୁଣି ମୋର ସବୁ ଶେଷ ହେବାକୁ ଲାଗିଲାଣି | କିଛି ନ ଭାବି ନ ବିଚାରି ସିଏ ଜନ୍ତୁପତି ଙ୍କୁ କହି ପକାଇଲେ, ଆପଣ କହିଦେଲେ କଣ ମୁଁ ଆପଣଙ୍କ ସହ ପଳେଇବି? ମୁଁ ମୋ ଜୀବନ ରେ କିଛି କାର୍ଯ୍ୟ ଆରମ୍ଭ ହିଁ କରିନାହିଁ ତେଣୁ ମୁଁ ଆପଣଙ୍କ ସହ ଯିବା ର କୌଣସି ପ୍ରୟୋଜନ ନାହିଁ |ଯମରାଜ ଏହା ଶୁଣି ପ୍ରତିଉତ୍ତର ଦେଲେ ମୁଁ ନିଜ ଇଛା ରେ କିଛି କରେନାହିଁ, ଯାହା ମୋତେ ଆଦେଶ ଦିଅନ୍ତି ଶ୍ରୀ ହରି ତାହା କୁ କେବଳ ପାଳନ କରେ ଏହା କହି ସେ ତାଙ୍କ ପୁସ୍ତକ କୁ ଖୋଲି ଦେଖେଇଲେ, ସର୍ବ ଶୀର୍ଷ ରେ ରାମ ବାବୁ ଙ୍କ ନାମ ଲେଖା ଅଛି | କଣ କରିବେ କିଛି ଭାବି ନ ପାରି ରାମବାବୁ କହିଲେ ଆଛା ଠିକ ଅଛି ମୋତେ ଶେଷ ଥର ପାଇଁ ଚାହା
ପିଇବାକୁ ଟିକେ ଅନୁମତି ଦିଅନ୍ତୁ | ଏହା ଶୁଣି ଜନ୍ତୁପତି କହିଲେ ଠିକ ଅଛି ଯାଇ ତିଆରି କରି ପିନିଅନ୍ତୁ |
ରାମ ବାବୁ ଚାଲାକି କରି ଦୁଇ କପ ଚାହା ତିଆରି କଲେ ପୁଣି ଯେଉଁ କପ ଟା ଜନ୍ତୁପତି ଙ୍କୁ ଦେବେ ସେଇଥିରେ ନିଶା ବଟିକା ଗୋଳାଇ ଦେଲେ | ଭାବିଲେ କିଛି ସମୟ ଜନ୍ତୁପତି ଅଚେତ ହେଇ ପଡିଲେ ମୁଁ ମୋ ନାମ ଟା ଉପରୁ କାଟି ସର୍ବ ଶେଷ ରେ ଲେଖିଦେବି | ଏହା ବିଚାରି ରାମ ବାବୁ ନିଶା ମିଶା ଯାଇଥିବା ଚାହା କପ ଟା ଜନ୍ତୁପତି ଙ୍କ ହାତ କୁ ଧରେଇଦେଲେ | ଏହା ପି ସରିବା ପରେ ଜନ୍ତୁପତି ସତ ସତିକା ବେହସ ହୋଇପଡିଲେ, ଏହା ହିଁ ସୁବର୍ଣ୍ଣ ସୁଯୋଗ ଭାବି ରାମ ବାବୁ ନିଜ ନାମ ଉପରୁ କାଟି ତଳେ ଲେଖିଦେଲେ |
ମନେ ମନେ ସେ ଭାରି ଖୁସି କିଛି ସମୟ ତାଙ୍କୁ ମିଳିଛି ଘର ଲୋକ ଙ୍କ ସହ ବିତେଇବା ପାଇଁ କିନ୍ତୁ ହଠାତ ଜନ୍ତୁପତି ଙ୍କ ଆଖି ଖୋଲିଛି | ସେ ଅଚାନକ ରାମ ବାବୁ ଙ୍କୁ ଦେଖି କହିଲେ ଯେ, ଆଛା ରାମ ବାବୁ ମୋତେ ଆପଣଙ୍କ ଉପରେ ଦୟା ଆସିଛି ମୁଁ ଏବେ ମୋ ନିଷ୍ପତି କୁ ବଦଳେଇ ଦେଇଛି | ବର୍ତ୍ତମାନ ମୁଁ ତଳ ଆଡୁ ଲୋକ ଙ୍କୁ ନେବାକୁ ଆରମ୍ଭ କରିବି ଆପଣ ଆପଣଙ୍କ କାମ ସାରିଦିଅନ୍ତୁ | ଆଃହଃ|!!ବିଧାତା କିକଲୁ! ଏମିତି ବୁଦ୍ଧି ମୋତେ କାଇଁ ଦେଲୁ? ଏହା କହି ରାମ ବାବୁ ଧଡ଼ କିନା ବସି ପଡିଲେ ମୁଣ୍ଡ ରେ ହାତ ଦେଇ | ଏହା ମୁଁ କଣ କଲି? ଏମିତି କାହିଁକି କାଲି? ଏଭଳି ପ୍ରଶ୍ନ ରେ ବୁଡି ଗଲେ ରାମ ବାବୁ…. ଜନ୍ତୁପତି ଦେଖନ୍ତି ଶେଷ ନାମ କୁ ସେଠାରେ ରାମ ବାବୁ ଲେଖା ହେଇଛି | ଆଉ କିଛି ଅଛପା ରହିଲାନି ଯମରାଜ ଙ୍କୁ କିନ୍ତୁ ବିଧିର ବିଧାନ କେ କରିବ ଆନ!! ସେଇ ସମୟ ରେ ବୋଧେ ରାମ ବାବୁ ଙ୍କୁ ହିଁ ଯିବା ର ଥିଲା ଜନ୍ତୁପତି ଙ୍କ ସାଥିରେ!!
ହଁ!!! ଏହା କେବଳ ରାମ ବାବୁ ଙ୍କ ସହ ନୁହେଁ ପ୍ରତି ଟି ମୁହୂର୍ତ୍ତ ରେ ପ୍ରତି ଟି ଲୋକ ଙ୍କ ସହ ହେଇଥାଏ| ଯାହା ଈଶ୍ୱର ଚାଁହାନ୍ତି ତାହା ହିଁ ଘଟିଥାଏ ଏହି ସଂସାର ରେ କେବଳ ଆମେ ଅନୁଭବ କରିବା କୁ ପ୍ରୟାସ ନିହାତି ଅପରିହାର୍ଯ୍ୟ |
ଅଞ୍ଜଳୀ ପଣ୍ଡା
ରାଇକିଆ, କନ୍ଧମାଳ