ବ୍ରାହ୍ମଣୀଗାଁ (TK NEWS) : 27/06 କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଝିଞ୍ଜିରିଗୁଡ଼ା ପଞ୍ଚାୟତର ଗୁମାଣ୍ଡିରେ କୁଏଟି ମାଲା କୃଷକ ସଂଘ ପକ୍ଷରୁ ଚଳିତ ବର୍ଷର ଚାଷ ସମ୍ବନ୍ଧୀୟ କର୍ମଶାଳା ଓ ବିଭିନ୍ନ କିସମର ବିହନ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକେ ଜମିରେ ବିହନ ପକାଇବା ପୂର୍ବରୁ ନିଜର ଇଷ୍ଟ ଦେବାଦେବୀଙ୍କ ଠାରେ ପୂର୍ଵରୁ ପ୍ରସ୍ତୁତ ଥିବା ବିହନ ଏକାଠି କରି ପୂଜାର୍ଚ୍ଚନା କରିଥାନ୍ତି।
ଉକ୍ତ କାର୍ଯ୍ୟକ୍ରମଟି ପ୍ରତିବର୍ଷ ଜୁନମାସ ୨୭ ତାରିଖରେ ଗ୍ରାମବାସୀଙ୍କ ଦ୍ବାରା ଆୟୋଜନ କରାଯାଇଥାଏ । ପାଣିପାଗର ପୂର୍ବାନୁମାନ କରି ସୋମବାର ଦିନ କୁଏଟି ମାଲା କୃଷକ ସଂଘ ପକ୍ଷରୁ ଗୁମାଣ୍ଡିରେ ଏକ ପ୍ରାର୍ଥନା ସଭାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ପାଳକ ସାନୁ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୁନାର ସିଂ ମାଝୀ, ଚାଳକ ସିକୁସା ମାଝୀ, ଶରତ ମାଝୀ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଗ୍ରାମର ଯୁବତୀମାନେ କୃଷି ଭିତ୍ତିକ ନାଚଗୀତ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଚାଳକ ସିପୁସା ମାଝୀ ଗ୍ରାମର ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଉନ୍ନତମାନର ଚାଷ କରିବାକୁ ଉତ୍ସାହିତ କରିଥିଲେ। ଏହି ଅଞ୍ଚଳରେ ବିଶେଷ କରି ଧାନ, ମାଣ୍ଡିଆ ,ଝୁଡୁଙ୍ଗ, ଅଦା,ହଳଦୀ, ସୋରିଷ, ତିଲା, ଜହ୍ନା, କୋଲଥ, ବିରି ଆଦି ଚାଷ କରାଯାଉଥିବା ବେଳେ ବିଭିନ୍ନ କିସମର ବିହନକୁ ନେଇ ପାଳକ ସାନୁ ମାଝୀ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥିଲେ ଏବଂ ବାଇବେଲରୁ ପ୍ରଭୁଙ୍କ ବାକ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କୃଷକ ସଙ୍ଗଠନର ସମସ୍ତ ସଦସ୍ୟ ନିଜ ନିଜ ବିହନ ଗୁଡ଼ିକୁ ଆଣି ଉକ୍ତ ପ୍ରାର୍ଥନା ସଭାରେ ସମର୍ପଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାରମ୍ପରିକ ଚାଷକ୍ଷେତ୍ରରେ ଉନ୍ନତି ନିମନ୍ତେ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି l