କଟକ (TKNEWS ) : 08/07/22 କଟକ ଜ଼ିଲ୍ଲାର କଳା ସଂସ୍କୃତି ସଂଘ ପୁନର୍ଗଠନ ନିମନ୍ତେ ଆଜି ଜ଼ିଲ୍ଲା କଳା ସଂସ୍କୃତି ସଙ୍ଘ, କଟକର କାର୍ଯ୍ୟକାରୀ ବୈଠକ ଜ଼ିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ସଂସ୍କୃତି ପରିଷଦ ସଭାପତି, ଡ଼ା ଭବାନୀ ଶଙ୍କର ଚୟନୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜ଼ିଲ୍ଲାର ପ୍ରତ୍ୟେକ ବ୍ଲକର BKSSର ଉପସଭାପତିମାନେ ଯୋଗଦାନ କରିଥିଲେ | ଜ଼ିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କ ସମ୍ପାଦନାରେ ଉକ୍ତ ବୈଠକରେ ଜ଼ିଲ୍ଲାର କଳାକାରମାନଙ୍କୁ କଳା ପରିବେଷଣ ଓ ପ୍ରୋତ୍ସାହନ ଯୋଗାଇ ଦେବା ଉପରେ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ | ଜ଼ିଲ୍ଲାସ୍ତରରେ ଏକ ସଂଯୋଜନା କମିଟି ଗଠନ ପୂର୍ବକ ବିଭିନ୍ନ ବିଭାଗରୁ IEC ଫଣ୍ଡ ଯୋଗାଡ଼ କରି ଏକତ୍ରିକରଣ କରିବା ପାଇଁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ | ମିଶନ ଶକ୍ତି,କଳାକାର ସଂଘ ଓ ରୂପାନ୍ତରିତ ବିଦ୍ୟାଳୟର ମିଳିତ ସହଯୋଗରେ ଜ଼ିଲ୍ଲାର କଳା ପାରଦର୍ଶିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ | ପରିଶେଷରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ନିର୍ବାଚନ ହୋଇଥିଲା |ଏଥିରେ ଶ୍ରୀ ଜ୍ଞାନ ପ୍ରିୟ କାନୁନଗୋ ସର୍ବସମ୍ମତି କ୍ରମେ ଜ଼ିଲ୍ଲା ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ | ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୀତା ପାତ୍ର ଡେପୁଟି କଲେକ୍ଟର ରାଜସ୍ବ, ପ୍ରିୟଦର୍ଶିନୀ ଜେନା ଡେପୁଟି କଲେକ୍ଟର ଜୁୁଡ଼ିସିଆଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରାଜ୍ ନାୟକ, ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, ଜିରୋ ଏଫ୍ ସଂଯୋଜିକା ଓ ଜିଲ୍ଲା କାର୍ଯ୍ୟାଳୟ ଡ୍ରାମାକ୍ଟିଭ କ୍ଳବ୍ ତଥା ଷ୍ଟାଫ କମିଟି ସଭାପତି ଶ୍ରୀ ବିଶ୍ୱମୋହନ ମହାପାତ୍ର,ସମ୍ପାଦକ ବିଭୁତି ଭୂଷଣ ମହାପାତ୍ର, ରାଜେଶ ସୁବୁଦ୍ଧି,ଗୁରୁଗୋବିନ୍ଦ ଦଳାଇ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ସହଯୋଗ କରିଥିଲେ ।
AVBP ର ମହାନଗର ସମ୍ମିଳନୀ
ଭୁବନେଶ୍ୱର (TKNEWSMEDIA ) 17/12/2024 : ଭୁବନେଶ୍ୱର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ମହାନଗର ସମ୍ମିଳନୀ ଗୋଲାପ ରିସୋର୍ଟରେ ମହାସମାରୋହରେ ପାଳିତ ହୋଇଛି l ଏହି...