କନ୍ଧମାଳ ( TKNEWSMEDIA ) : 15/07/22 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିଶ୍ୱ ଯୁବ ଦକ୍ଷତା ଦିବସ – 2022 ପାଳିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥିରୂପେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଈଶ୍ୱର କହିଲେ ” ନିଜର ତଥା ନିଜ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ହେଲେ ପ୍ରଥମେ ନିଜର ଦକ୍ଷତା ବୃଦ୍ଧି କରିବା ସହିତ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପାଇବା ପରେ ଚାକିରୀ କିମ୍ବା କାର୍ଯ୍ୟ ପ୍ରତି ନିଜର ଉତ୍ସର୍ଗୀକୃତ ମନୋଭାବ ରହିବା ନିହାତି ଜରୁରୀ
ସେହି ସମୟ ଟିକେ କଷ୍ଟ ଲାଗିପାରେ ମାତ୍ର ଭବିଷ୍ୟତରେ ନିଜର, ନିଜ ପରିବାରର, ଜିଲ୍ଲାର ତଥା ଦେଶର ନାଁ ରଖିବା ସମ୍ଭାବନା ଅଧିକ ହୋଇଥାଏ l ଏମିତିବି ସମସ୍ତଙ୍କ ଜୀବନରେ କିଛି ନା କିଛି ସଂଘର୍ଷ ଅଛି l ତେଣୁ ଏମିତି ଏକ ନିଷ୍ପତ୍ତି ନିଅ ଯାହା ତୁମ୍ଭମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେଇପାରିବ l ମାତ୍ର ଚାକିରୀ ଛାଡି ଘରେ ବସିଲେ ପରିବାର ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ନିଜର ଭବିଷ୍ୟତ ଅନ୍ଧାର ହୋଇଯିବ l ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ସରକାର ଯୁବକ ଯୁବତୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱ ଦେଉଛନ୍ତି l ଏହାର ସୁଯୋଗ ନେବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l