କଟକ (TKNEWSMEDIA) 23/07/22 : କଟକ ନଗରର କର ପ୍ୟାଲେସରେ ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମାନସ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ସାଂଗଠନିକ ମାର୍ଗଦର୍ଶନ କରିଥିଲେ। ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ନାଏକ ଦ୍ବୀପ ପ୍ରଜ୍ବଳନ କରିଥିଲେ l
ବାରବାଟୀ ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୋପଦି ମୁର୍ମୁଙ୍କ ପାଇଁ ତଥା ଓଡିଶାକୁ ବିପୁଳ ପରିମାଣରେ ବିଭିନ୍ନ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ସ୍ମୃତି ପଟ୍ଟନାୟକ,ବିନୋଦ ଦାସ,ଶ୍ରିତମ ଦାସ ଓ ରଶ୍ମିରେଖା ଦାସ। ଶ୍ରୀ ବିଶ୍ୱରଂଜନ ମିଶ୍ର ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । କଟକରେ ଜାଇକା, ଆଇନ ଶୃଙ୍ଖଳା ଅବନ୍ନତି, ବିଦେଶୀ ଅନୁପ୍ରବେଶ, ଗୋହତ୍ୟା, ପରିମଳ ଅବ୍ୟବସ୍ଥା, ପଙ୍କ ଉଦ୍ଧାରରେ ଦୁର୍ନୀତି, ସ୍ୱଚ୍ଛ ଭାରତ ମିଶନ ବିଫଳତା, ଶିକ୍ଷାନୁଷ୍ଠାନ ଓ ବସତି ପାଖରେ ମଦ ଦୋକାନ, ମହିଳା ଡେସ୍କ ନଖୋଲିବା, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ନବୀକରଣ ନାମରେ ଦୁର୍ନୀତି, ତାଳଦଣ୍ଡା କେନାଲ ବହୁମୁଖୀ ଯୋଜନାରେ ଭ୍ରଷ୍ଟାଚାର, ସିଏମସି ରୁ ହରିଲୁଟ ଆଦି ବିଷୟରେ ସଦସ୍ୟ ମାନେ ଘୋର ଉଦବେଗ ପ୍ରକାଶ କରିଥିଲେ।
ଏହାକୁ ସମର୍ଥନ ଜଣାଇ ଚର୍ଚ୍ଚାରେ ଭାଗ ନେଇଥିଲେ ସର୍ବଶ୍ରୀ ବୈଦେଶ୍ୱର ପଣ୍ଡା ସବ୍ୟସାଚୀ ମହାପାତ୍ର, ସତ୍ୟବ୍ରତ ମିଶ୍ର, କର୍ପୋରେଟର ଗଗନ ଓଝା ଓ ଦୀପକ ଦାସ, ମିଲନ ବଡୁ, ମହମ୍ମଦ ସବିର, ଦେବାନନ୍ଦ ସିଂ, ଲଲାଟେନ୍ଦୁ ଦାସ, ରାଜନନ୍ଦିନୀ ସିଂହ। ଏହାର ସଂକଳନ କରିଥିଲେ ରାଜ୍ୟର ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି।ଜୁଲାଇ 2/3ରେ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୃତ୍ତ ରଖିଥିଲେ ରାଜ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା।
ଶ୍ରୀମତୀ କଳ୍ପନା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଶ୍ରୀ ଗୁରୁଦତ୍ତ କର, ଶାକ୍ୟସିଂ ମିଶ୍ର, ଗୀତା ଦାସ, ନାରାୟଣ ପ୍ରସାଦ ମହାନ୍ତି, କର୍ପୋରେଟର ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ରାକେଶ ସ୍ବାଇଁ ଓ ଲିପ୍ସା ନାଏକ, ଦେବାଶିଷ ରାୟ, ସୁଧୀର ଶତପଥୀ, ପ୍ରବୀଣା ମହାପାତ୍ର, ଅମିତ ମିତ୍ର, ସୁଜାତା ମହାନ୍ତି, ରାଜକିରଣ ସନ୍ତୁକା, ସୁଶାନ୍ତ ମହାନ୍ତି, ରୁଦ୍ର ଦାସ, ସଂଯୁକ୍ତା ମିଶ୍ର, ରତନ ମହାନ୍ତି, ନିତାଇ ଗୌର ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ଅକ୍ଷୟ ଆଚାର୍ଯ୍ୟ, ନରସିଂହ ସାହୁ, ପ୍ରବୀଣ କମାଣି, ସୁବାଷ ମହାନ୍ତି, ଜୟକୃଷ୍ଣ ସ୍ବାଇଁ, ନିତାଇ ନନ୍ଦ, ଶିବ ନାଏକ, ସଂଗ୍ରାମ ସିଂ, ଜ୍ୟୋତି ସାହୁ, ୱାଇ ୱାଣୀ, ସ୍ବପ୍ନା ମଲ୍ଲିକ, କବିନ୍ଦ୍ର ମହାରଣା, ସୁଜାତା ଭରଦ୍ବାଜ,ଭାରତୀ ପାଣି, ସରିତା ଶୁକ୍ଲ, ବିଶ୍ବରଥୀ ସ୍ବାଇଁ, ଶିବ ରାଉତ, ଶ୍ରୀନିବାସ ରେଡି, ଧିରପ୍ରସାଦ ମହାନ୍ତି, ସୁମିତ୍ରା ସାମଲ, ଶିଳ୍ପା ଗିରି ଗୋସ୍ୱାମୀ, ନଳିନୀ ରାୟ, ବିଶ୍ୱଜିତ ମହାପାତ୍ର, ଶୁଭାଶିଷ କର, ଗଙ୍ଗାଧର ସାହୁ, ସଞ୍ଜୟ ଶଃ, ଅଳକା ମହାନ୍ତି, ଶରତ ଭୋଳ, ଭବାନୀ ନାଏକ, ଦୀପ୍ତି ଜେନା, ଭି ସ୍ୱାତୀ, ସ୍ବର୍ଣ୍ଣଲତା ସେଠି, ନରହରି ଦାସ, ରମେଶ ପ୍ରଧାନ, ଅରୁଣ ବେହେରା, ପୁର୍ଣ୍ଣଚନ୍ଦ୍ର ଜେନା, ସତ୍ୟ ଦାସ, ସନ୍ଦିପ ମହାପାତ୍ର, ଦେବାଶିଷ ସାମନ୍ତରାୟ, ତାରାପ୍ରସାଦ ମହାନ୍ତି, କାମାକ୍ଷା ମିଶ୍ର, ସବିତା ବେହେରା, ପ୍ରିୟମ୍ବଦା ଦାସ,ସରୋଜ ରାଉତ, ସୌମ୍ୟଶଙ୍କର ରାଜ, ସୁର୍ଯ୍ୟ ନାରାୟଣ ବେହେରା, ଯୋଗେନ୍ଦ୍ର ବେହେରା, ଅମ୍ରିତ ଆଚାର୍ଯ୍ୟ, ରଶ୍ମି ମହାପାତ୍ର ସତ୍ୟଜିତ ମହଲା, ଚିରଞ୍ଜୀବ ଖଣ୍ଡାୟତ ରାୟ, କବିତା ଦଳେଇ, ଭାରତୀ ପାଣି ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।