ଭୂବନେଶ୍ୱର ( TKNEWSMEDIA) 09/08/22 : ଓଡିଶା ଆଦିବାସୀ ଅଧିକାର ମଞ୍ଚ ସାଲିଆସାହି ଆଞ୍ଚଳିକ କମିଟି ଏବଂ ଆଦିବାସୀ ଗାଁ କମିଟି ତରଫରୁ ଭୁବନେଶ୍ୱର ସାଲିଆସାହି ସ୍ଥିତ ଆଦିବାସୀଗାଁ ଫୁଟବଲ ନିକଟ ରାସ୍ତାରେ ବିଶ୍ବ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଛି । ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଅଧିକାର ଦେବା ପାଇଁ ସହରାଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ଲାଗୁ କରିବା। ରାସ୍ତା ନାମରେ ଜଙ୍ଗଲ ଜମିରୁ ବସ୍ତି ଉଛେଦ ସମ୍ପୂର୍ଣ୍ଣ ବନ୍ଦ କରିବା। ଜଙ୍ଗଲ ସଂରକ୍ଷଣ ନିୟମ ୨୦୨୨ କୁ ବାତିଲ କରିବା।
ପଞ୍ଚମ ଅନୁସୁଚୀର ପେସା ଆଇନ ୧୯୯୬ର ନିୟମ ପ୍ରଣୟନ କରି ସଠିକ ରୂପେ କାର୍ଯ୍ଯକରୀ କରିବା ପାଇଁ ଏକ ଆଲୋଚନା ହୋଇଛି । ଆଦିବାସୀ, ବସ୍ତି ବାସିନ୍ଦା ପ୍ରତି ଷଡଯନ୍ତ୍ର ଏବଂ ଦମନ ମୂଳକ ପଦକ୍ଷେପ ବନ୍ଦ କରି ତାଙ୍କ ସହିତ ଆଲୋଚନା କରି ନ୍ଯାୟ ଦିଆଯାଉ ବୋଲି ଆଦିବାସୀ ଅଧିକାର ମଞ୍ଚର ରାଜ୍ଯ ସଂପାଦକ ସାଲ ମାର୍ଣ୍ଡି, ଉପସଭାପତି ଚମ୍ବୁରୁ ସୋରେନ, ସାଲିଆସାହି ଆଞ୍ଚଳିକ କମିଟିର ଆବାହକ ମଣ୍ଡଳି ସଭାପତି ଜୟଦେବ ନାୟକ, ସଭ୍ଯ ଅନାଦି ପାତ୍ର, ଶିବଶଙ୍କର ସୋରେନ, ବଂଶୀଧର ପରିଡା, ସୁଶାନ୍ତ ମହାକୁଡ, ଫୁଲମଣୀ ପାତ୍ର, ଜୟନ୍ତି ସୋରେନ, ଦାଉଦ ଦିଗାଲ, ସନାତନ ମାର୍ଣ୍ଡି, ଫୁଲମଣୀ ସୋରେନ ପ୍ରମୁଖ ଦୃଢ଼ ଦାବି କରିଥିଲେ ।