ବ୍ରାହ୍ମଣୀଗାଁ ( TKNEWSMEDIA ) 08/08/22 : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀ ଗାଁ , ଝିଞ୍ଜିରିଗୁଡ଼ା, ଗଦାପୁର, ତାଜୁଙ୍ଗିଆ, ହାତିମୁଣ୍ଡା, ସାରାମୁଳି ଇତ୍ୟାଦି ଆଠଟି ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଜୈବିକ ପଦ୍ଧତିରେ କୃଷିଜାତ ଫସଲ ଅମଳ କରିବାର ଶିକ୍ଷା କାର୍ଯ୍ୟକ୍ରମ ସ୍ଥାନୀୟ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି। ଓଡ଼ିଶା ସରକାରଙ୍କ କୃଷି ବିଭାଗର ସହାୟତାରେ ଓଡିଶା କଞ୍ଜୁମର କୋପେରେଟିଭ ଫେଡରେସନ ଓ ଆସିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଡେଭେଲୋପମେଣ୍ଟ ଭୁବନେଶ୍ୱରଙ୍କ ମିଳିତ ଉଦ୍ୟମରେ ଆୟୋଜନ ହୋଇଛି । ଅନୁଷ୍ଠାନର ସିଇଓ ସମୀର କୁମାର ବାରିକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମିହିର କୁମାର ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ଦେବ ପ୍ରସାଦ ରାଉତରାୟ ଯୋଗ ଦେଇଥିଲେ । ଶ୍ରୀ ବାରିକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଚାଷୀମାନେ ଆତ୍ମ ନିର୍ଭରଶୀଳ ହୋଇ କିପରି ନିଜେ ଜୈବିକ ସାର ପ୍ରସ୍ତୁତ କରିପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ । ବିଶେଷ କରି ଘନ ଜିବାମୃତ, ଜିବାମୃତ ,ଆଗ୍ନେୟାସ୍ତ୍ର ,ୱେଷ୍ଟ ଡ଼ି କମ୍ପୋଜର, ସଂଜୀବକ, ଗୋ ମୂତ୍ର ଆଦି ସାରର ପ୍ରସ୍ତୁତି କରଣ ଓ ଏହାର ପ୍ରୟୋଗ ସମ୍ପର୍କରେ ଚାଷୀ ମାନଙ୍କୁ ଶିକ୍ଷା ଦେଇଥିଲେ। ତିନି ଦିନ ଧରି ଚାଲିଥିବା ଏହି ଜୈବିକ କୃଷି ଶିକ୍ଷା କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଆଠଗୋଟି ପଞ୍ଚାୟତର ଚାଷୀଙ୍କୁ ନେଇ ସୋମବାର ଦିନ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଈଶ୍ୱର ହଠାତ ଗସ୍ତ କରି କୃଷକମାନଙ୍କୁ ତାଲିମ ସମ୍ପର୍କରେ ପଚାରିଥିଲେ, ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ,ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
AVBP ର ମହାନଗର ସମ୍ମିଳନୀ
ଭୁବନେଶ୍ୱର (TKNEWSMEDIA ) 17/12/2024 : ଭୁବନେଶ୍ୱର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ମହାନଗର ସମ୍ମିଳନୀ ଗୋଲାପ ରିସୋର୍ଟରେ ମହାସମାରୋହରେ ପାଳିତ ହୋଇଛି l ଏହି...