ଲାଇନପଡା ( TKNEWSMEDIA ) 12/08/22 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଇନପଡାରେ ନିଶା ସେବନ ନିଷେଧ ଆଲୋଚନାଚକ୍ର ଅଧ୍ୟକ୍ଷ ଡ଼ଃ ତ୍ରୈଲୋକ୍ୟନାଥ ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି l ଏହି ପବିତ୍ର ଦିବସରେ ଛାତ୍ରଛାତ୍ରୀମାନେ ନିଶା ସେବନ ନ କରିବା ପାଇଁ ପ୍ରଥମେ ଶପଥପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ରାଜ କିଶୋର ସାହୁ ଛାତ୍ରଛାତ୍ରୀଙ୍କୁ ନିଶା ସେବନ କଲେ କିପରି ସ୍ୱାସ୍ଥ୍ୟର କ୍ଷତି ହୋଇଥାଏ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ l ଉକ୍ତ କଲେଜର ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ଶ୍ରୀ ବସନ୍ତ କୁମାର ସାହୁ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀମତୀ ସସ୍ମିତା ପାଳ ନିଶା ସେବନ କରିବା ଫଳରେ ସ୍ୱାସ୍ଥ୍ୟର କ୍ଷତି ଘଟିବା ସହିତ ସମାଜରେ କିପରି ସମ୍ମାନ ମିଳେ ତାହା ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ l
ଉକ୍ତ କଲେଜର ଅଧ୍ୟକ୍ଷ ଡ଼ଃ ତ୍ରୈଲୋକ୍ୟନାଥ ସେନାପତି ଜଣେ ନିଷ୍ଠାବାନ ଭାବରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ଗଢି ତୋଳିଛନ୍ତି l ଏହି ଅବସରରେ ଡ଼ଃ. ସେନାପତି କହିଲେ ” ଛାତ୍ରଛାତ୍ରୀମାନେ ଆଜିଠୁ ନିଶା ସେବନ ନିଷେଧ ଅଭିଯାନ ଚଳାଇ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରି ପାରିଲେ ଏକ ସୁସ୍ଥ ସୁନ୍ଦର ଭାରତ ଗଠନ ହୋଇପାରିବ” l ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଅଧ୍ୟାପକ ଶ୍ରୀ ଅକ୍ଷୟ ଦିଗାଲ, ଶ୍ରୀ ରଞ୍ଜନ କୁମାର ଯୋଶୀ ସହଯୋଗ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ଡ଼ଃ. ସେନାପତିଙ୍କ ନେତୃତ୍ୱରେ ସୁଚାରୁ ରୂପେ ପରିଚାଳିତ ହୋଇଥିବାରୁ TKNEWSMEDIA ର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ଉପସ୍ଥିତ ରହି ନିଶା ସେବନ ଦ୍ୱାରା କିପରି ସମାଜରେ ଲୋକମାନଙ୍କର କ୍ଷତି ଘଟୁଛି ତାହା ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ l ଶେଷରେ ସମସ୍ତଙ୍କୁ TKNEWSMEDIA ତରଫରୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ l