ଚକାପାଦ (TKNEWSMEDIA ) 22/08/22 : କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଈଶ୍ୱରଙ୍କ ଅଧ୍ୟକ୍ଷତାରେ ଆଜି ଚକାପାଦ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି l ଉକ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ 290 ଟି ଅଭିଯୋଗ ଗ୍ରହଣ କରି ତୁରନ୍ତ ପଦକ୍ଷେପ ପାଇଁ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l
ଏହି ଅଭିଯୋଗ ଶୁଣାଣି ସମୟରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ, ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ବାଲିଗୁଡା ପ୍ରକଳ୍ପ ପ୍ରଶାସକ ଶ୍ରୀ ମଧୁସୂଦନ ବେହେରା ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଚକାପାଦ ବିଡିଓ ଶ୍ରୀ ଅନିଲ କୁମାର ପଟ୍ଟନାୟକ, ଚକାପାଦ ତହସିଲଦାର ମଧୁସ୍ମିତା ବେହେରା, ଚକାପାଦ ଜିଲ୍ଲା ପରିଷଦ ସଭ୍ୟା ରଞ୍ଚନା ନାୟକ, ଚକାପାଦ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟକ୍ଷ ସୋମନାଥ ବେହେରା ଓ ଟିକାବାଲି ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ l