କନ୍ଧମାଳ ( TKNEWSMEDIA ) 24/08/22 : ଫୁଲବାଣୀ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର ପରିଚାଳନା ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି l ଜିଲ୍ଲା ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ପରିଚାଳନା ବୈଠକ ମାନ୍ୟବର କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର, ମାନ୍ୟବର ଜି. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ, ମାନ୍ୟବର ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ପାଟିଲ ଆଶିଷ ଈଶ୍ୱର, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ,ଅଧ୍ୟକ୍ଷା ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା l
କେନ୍ଦ୍ରୀୟ ସହାୟତା ଯୋଜନାରେ ଭାମ୍ୟମାଣ ପ୍ରସବ ଯାନ ଓ ବହୁମୂଖୀ ସ୍ୱାସ୍ଥ୍ୟସେବା ଯାନ ଅନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇଖାନା ଉର୍ନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି l
ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତମ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ଓ ପୃଷ୍ଟି କ୍ଷେତ୍ରରେ ଆକାଂକ୍ଷା ଜିଲ୍ଲା ଭାବରେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ପୁରସ୍କାର ବାବଦରେ 3 କୋଟି 75 ଲକ୍ଷ ଟଙ୍କାର ଅନୁଦାନ ମିଳିଛି l
ଜିଲ୍ଲାକୁ ମାନ୍ୟବର ସାଂସଦ ଓ ବିଧାୟକଙ୍କ ମୁକ୍ତ ପାଣ୍ଠି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନୁଦାନ ଦେବା, ବିଭିନ୍ନ CSR funds mobilise କରିବା ଏବଂ ବିଜୁ କନ୍ଧମାଳ ଗଜପତି ଯୋଜନାରେ ଅଧିକ ସ୍ୱାସ୍ଥ୍ୟ ସେବା ପାଇଁ ଅନୁଦାନ ଦେବା ବିଷୟରେ ଆଲୋଚନା କରାଯାଇଥିଲା l ପରିଶେଷରେ ଶ୍ରୀଯୁକ୍ତ ଆଶିଷ କୁମାର ମହାନ୍ତି, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ l