କନ୍ଧମାଳ ( TKNEWSMEDIA ) 09/09/22 : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକର ତାଲାରୀମାହା ଗ୍ରାମ ପଞ୍ଚାୟତର ଡୁଙ୍ଗି ଆଶ୍ରମ ବିଦ୍ୟାଳୟରେ ଆଜି ମାତ୍ର ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 133 ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପ୍ରଦାନ କରୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି l ଅନ୍ୟଜଣେ ଶିକ୍ଷକ ଘୁଉଦୟଗିରିରେ ତାଲିମ୍ ନେଉଥିବା ଜଣାପଡିଛି l ଉକ୍ତ ବିଦ୍ୟାଳୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା 1948 ରେ ସ୍ଥାପିତ ହୋଇଅଛି l ଉକ୍ତ ବିଦ୍ୟାଳୟରେ 133 ଜଣ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l କନ୍ଧମାଳ ଜିଲ୍ଲାର ଏଭଳି କିଛି ସ୍କୁଲ ରହିଛି ଯେଉଁ ସ୍କୁଲରେ କି 10ଟି ଶ୍ରେଣୀ ପାଇଁ 20 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ଦେଉଥିବା ବେଳେ, କେଉଁଠି 10ଜଣ ଆଉ କେଉଁଠି 3ଟି ଶ୍ରେଣୀ ପାଇଁ 5ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ଦେଉଛନ୍ତି l ଏଥିପ୍ରତି କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l
AVBP ର ମହାନଗର ସମ୍ମିଳନୀ
ଭୁବନେଶ୍ୱର (TKNEWSMEDIA ) 17/12/2024 : ଭୁବନେଶ୍ୱର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ମହାନଗର ସମ୍ମିଳନୀ ଗୋଲାପ ରିସୋର୍ଟରେ ମହାସମାରୋହରେ ପାଳିତ ହୋଇଛି l ଏହି...