ବାଲିଅନ୍ତା ( TKNEWSMEDIA ) 23/09/22 : ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ପ୍ରତାପଶାସନ ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା l
ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ବାଲିଅନ୍ତା ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ସମ୍ମାନିତ ଅତିଥି ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଡିଏଲସି ମନୋଜ କୁମାର ଶତପଥୀ, ସମାଜସେବୀ ଆଶିଷ କୁମାର ଦାଶ, ଏ.ଇ.ଇ. ନିରଞ୍ଜନ ବିଶ୍ୱାଳ, ଜେ. ଇ. ରଞ୍ଜିତ ବଳବନ୍ତରାୟ, ଦୀପ୍ତିମୟୀ ପ୍ରଧାନ, ପି.ଇ.ଓ. ପ୍ରମୋଦ କୁମାର ମହାପାତ୍ର,ପ୍ରତାପଶାସନ ସରପଞ୍ଚ ରୀନା ବେହେରା, ସମିତି ସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, ବାଲିଅନ୍ତା ବି. ଆର. ସି. ସ୍ନେହାଞ୍ଜଳି ପଣ୍ଡା,ମାଷ୍ଟ୍ର ଟ୍ରେନର ବେଣୁଧର ପରିଡା, GRS ରାଜଲଷ୍ମୀ ମହାନ୍ତି ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ସରପଞ୍ଚଙ୍କ ନେତୃତ୍ୱ ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖରେ ଉଦଯାପିତ ହେବ l