ଫୁଲବାଣୀ (TKNEWSMEDIA) 02/11/2022 : ସବୁଜ, ସୁନ୍ଦର ଭରା କନ୍ଧମାଳ ଜିଲ୍ଲାରେ କଫି ଚାଷ ପାଇଁ ଅନୁକୂଳ ପରିବେଶ ରହିଛି | ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ କେବଳ କଫି ଚାଷ ହେଉଥିଲା |
ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଜି. ଉଦୟଗିରି, ରାଇକିଆ, କ. ନୂଆଗାଁ ଏବଂ ଟିକାବାଲି ବ୍ଲକରେ କଫି ଚାଷ କରାଯିବ | ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରେ ବର୍ତମାନ ସୁଦ୍ଧା ୭0 ହେକ୍ଟର ଜମିରେ କଫି ଚାଷ ପାଇଁ ଆବଶ୍ୟକ ହେଉଥିବା ଶେଡ ପ୍ଲାଣ୍ଟିଂ ହୋଇଥିବା ଜଣା ପଡିଛି |
ବର୍ତମାନ କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି l