ଲାଇନପଡା (TKNEWSMEDIA) 07/01/2023 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା ସରକାରୀ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ TKNEWSMEDIA ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଉପଲକ୍ଷେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର 12ଟି ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l
ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଈପସିତା ପ୍ରଧାନ ବଡ଼ିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଥମ ହୋଇଥିବା ବେଳେ ସଙ୍ଗୀତ ପ୍ରତିଯୋଗିତାରେ ଜି. ଏସ. ଡିଭାଇନ ଜସମିନ ବାଲିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଦ୍ଵିତୀୟ ହୋଇଥିବା ବେଳେ ଆନା ମାଝୀ ତୁମୁଡିବନ୍ଧର ସପ୍ତମ ଶ୍ରେଣୀର ଛାତ୍ରୀ ତୃତୀୟ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ସେହିପରି ନୃତ୍ୟ ପ୍ରତିଯୋଗିତାରେ ପ୍ରାଚୀଷ୍ମୟୀ ନାୟକ ଲାଇନପଡା ସରକାରୀ ବି.ବି. ହାଇସ୍କୁଲର ଛାତ୍ରୀ ଦ୍ୱିତୀୟ ହୋଇଥିବା ବେଳେ ବିନ୍ଦ୍ୟା ଦିଗାଲ ଲାଇନପଡା ସରକାରୀ ବି. ବି. ହାଇସ୍କୁଲର ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି l
ଏହି ପ୍ରତିଯୋଗିତାକୁ ବିଚାରକ ଭାବରେ ଶ୍ରୀ ସନ୍ତୋଷ କୁମାର ମାଝୀ ଖେଳ ଶିକ୍ଷକ,ପ୍ରଣତି କୁମାରୀ ସାହୁ ଖେଳ ଶିକ୍ଷୟିତ୍ରୀ,କାଜଲ ପ୍ରଧାନ ଖେଳ ଶିକ୍ଷୟତ୍ରୀ, ମଧୁସ୍ମିତା ରାଉତ ଖେଳ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ l ଉକ୍ତ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା TKNEWSMEDIA ର Editor-cum-Founder ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ଏବଂ କନ୍ଧମାଳ ଜିଲ୍ଲା ପ୍ରତିନିଧି ଶ୍ରୀ ଶ୍ରୀକାନ୍ତ କୁମାର ବେହେରାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା l
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସରକାରୀ ବି. ବି. ହାଇସ୍କୁଲ ଲାଇନପଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ, କନ୍ଧମାଳ I/C-IPE ରଙ୍କନିଧି ବେହେରା ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ଖେଳ ଶିକ୍ଷକଙ୍କ ସହିତ ଶ୍ରୀ ସୁରେଶ କୁମାର ନାୟକ ( ପ୍ରଧାନ ଶିକ୍ଷକ ଆର. ନୂଆଗାଁ ), ଶ୍ରୀ ସନ୍ତୋଷ କୁମାର ଦିଗାଲ, ଶ୍ରୀ ରାଜେନ୍ଦ୍ରନାରାୟଣ ବେହେରା, ଶ୍ରୀ ଦିଗାମ୍ବର ନାୟକ ସହଯୋଗ କରିଥିଲେ l