ଲାଇନପଡା KIGM କଲେଜରେ ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

କନ୍ଧମାଳ ( TKNEWSMEDIA ) 31/12/2025 : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଲାଇନପଡା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାତ ଦିନିଆ ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଛି l

ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମଲିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି କୁସୁମେଣ୍ଡି ସରପଞ୍ଚ ସୁମତି କହଁର, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର କହଁର, ରାଜ କିଶୋର ସାହୁ, THE KANDHAMAL TIMES TK NEWS MEDIA ର ସମ୍ପାଦକ ତଥା ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ନାୟକ ଯୋଗ ଦେଇ ଭାରତୀୟ ଗଣତନ୍ତ୍ରରେ ସ୍ବେଛାସେବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ଦିଗାଳ ସଭାପରିଚାଳନା କରିଥିଲେ l

ଉତ୍ତମ ସ୍ବେଛାସେବୀ ଭାବେ ନରେଶ କହଁର, ସରୋଜ ପ୍ରଧାନ, ସଲମନ ପ୍ରଧାନ ପୁରସ୍କୃତ ହୋଇଥିଲେ ଏବଂ ସମସ୍ତ ସ୍ବେଛାସେବୀ ଓ ସ୍ବେଛାସେବୀନିମାନଙ୍କୁ ମୁଖ୍ୟ ଅଥିତିଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଉକ୍ତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ l ସରୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l