ଶୀତ କାଳୀନ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଘାଟିତ

କନ୍ଧମାଳ (TKNEWSMEDIA ) 03/01/2026 : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକର ବେଡ଼ାଙ୍ଗପାଜୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଫୁଲବାଣୀ ଆନୁକୂଲ୍ୟରେ ସାତ ଦିନିଆ ଶୀତ କାଳୀନ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ମୁଖ୍ୟ ଅତିଥି ଖଜୁରୀପଡ଼ା ବି. ଡି. ଓ. ଶୁଭଦତ୍ତାତ୍ରେୟ ବାହିନୀପତି ଉଦଘାଟନ କରିଥିଲେ l

ସମ୍ମାନୀତ ଅତିଥି ବି. ଇ. ଓ. ବିନୋଦ ବିହାରୀ ଦିଗାଲ, ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂ. ସ୍ଥାନୀୟ ସରପଞ୍ଚ ଊମାକାନ୍ତ ମଲ୍ଲିକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପ୍ର ଚରଣ କହଁର ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୋଜନା ଅଧିକାରୀ ଡ. ତପସ୍ଵିନୀ ଗୌଡ଼ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ୫୦ ଜଣ ସ୍ବେଛାସେବୀନୀ ଯୋଗ ଦେଇଥିଲେ l