ଡ. ନମିତା ପ୍ରଧାନ, “ଶ୍ରୀଜଗନ୍ନାଥ ଚେତନାରେ ବୈଶ୍ୱିକ ମାନବବାଦ” ପୁସ୍ତକର ଲେଖିକା ତଥା ସହକାରୀ ପ୍ରଫେସର,(ଓଡ଼ିଆ ବିଭାଗ)ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ କନିଷି,ବ୍ରହ୍ମପୁର, ଗଞ୍ଜାମ l
“ସର୍ବଂ ଚରିତଂ ପୁରୁଷୋତ୍ତମସ୍ୟ, ଦେବୋ ନ ଜାନତି କୁତୋ ମନୁଷ୍ଯଃ” ବିଶ୍ୱର ମଙ୍ଗଳମୟ ଦେବତା ହେଉଛନ୍ତି ପୁରୁଷୋତ୍ତମ ଧାମରେ ପୂଜା ପାଉଥିବା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଭକ୍ତମାନେ ରାମ ଓ କୃଷ୍ଣ ରୂପରେ ତାଙ୍କୁ ଗ୍ରହଣ କରି ଉପାସନା କରି ଆସୁଛନ୍ତି l ଏତତବ୍ୟତୀତ ଭାରତୀୟ ପାଞ୍ଚଦେବତା ଅର୍ଥାତ ଶୈବ, ଶାକ୍ତ, ବୈଷ୍ଣବ, ଗଣପତ୍ୟ ଓ ସୌର ଉପାସକ ଗଣ ତାଙ୍କରି ଉପରେ ଆସ୍ଥା ରଖି ସମନ୍ବିତ ଭାବେ ପୂଜା ଅର୍ଚ୍ଚନା କରିଥାନ୍ତି l ଏପରିକି ଲୋକ ବିଶ୍ୱାସରେ ଶ୍ରୀ ଜଗନ୍ନାଥ ମାନବ ସମାଜକୁ ମୁକ୍ତିର ମାର୍ଗ ପ୍ରଦର୍ଶନ କରଥାନ୍ତି l ଏପରିକି ଲୋକ ବିଶ୍ୱାସରେ ଶ୍ରୀଜଗନ୍ନାଥ ମାନବ ସମାଜକୁ ମୁକ୍ତିର ମାର୍ଗ ପ୍ରଦର୍ଶନ କରିଥାନ୍ତି l “ରଥେତ୍ଵଂ ବାମନଂ ଦୃଷ୍ଟ୍ୱା, ପୁନର୍ଜନ୍ମ ନ ବିଦ୍ୟତେ ” ଏହି ଚେତନା ଲୋକମାନସରେ ଅଦ୍ୟବଧି ବଳବତ୍ତର ରହିଛି l ଶ୍ରୀଜଗନ୍ନାଥ ଆଜି ବିଶ୍ୱରେ ପ୍ରାୟତଃ ସମସ୍ତ ଦେଶରେ ପୂଜିତ l ତାଙ୍କର ରଥଯାତ୍ରା ଉତ୍ସବ ସର୍ବତ୍ର ପାଳିତ ହେଉଛି l ପୃଥିବୀର ସମସ୍ତ ଦେଶର ଲୋକମାନେ ଆସି ପୁରୀର ବଡ଼ଦାଣ୍ଡରେ ରଥ ସମ୍ମୁଖରେ ନୃତ୍ୟ, କୀର୍ତ୍ତନ କରି ଆନନ୍ଦରେ ତାଳିମାରି ଚାଲୁଥିବାର ଦୃଶ୍ୟ ପ୍ରଭୁଙ୍କ ମହାନୀୟତାକୁ ପ୍ରତିଷ୍ଠା କରିଥାଏ l ଭକ୍ତ ଓ ସାଧାରଣ ବର୍ଗର ଲୋକମାନେ ତାଙ୍କରି ଚେତନାରେ ରହିଥିବା ସମଭାବ, ଭାତୃତ୍ୱଭାବ, ପରୋପକାର, ବିପଦଗ୍ରସ୍ତ ବ୍ୟକ୍ତିଙ୍କୁ ଆଶ୍ରୟଦେବା ଓ ମୁକ୍ତିଦେବା ଗୁଣ ପ୍ରଭୃତି ଅଧୁନା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି l ଭକ୍ତମାନଙ୍କ ଆକୁଳ ନିବେଦନକୁ ଶୁଣିବା ପାଇଁ ସେ ଥରେ ନାରଦ ମୁନୀଙ୍କୁ କହିଥିଲେ ” ନାହିଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନଚ ମଦଭକ୍ତl ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ l” ଏହି ଚେତନା ହିଁ ଆଜି ମଧ୍ୟ କୋଟି କୋଟି ଭକ୍ତଜନଙ୍କ ହୃଦ ଦେଶରେ ଗୁଞ୍ଜରିତ l ଏହାରି ମଧ୍ୟରେ ହିଁ ସଙ୍କୋଚିତ ହୋଇ ରହିଛି ଶ୍ରୀଜଗନ୍ନାଥଙ୍କ ମାନବବାଦ l ଆଲୋଚ୍ୟ ଗ୍ରନ୍ଥରେ ମାନବବାଦୀ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ପ୍ରଦର୍ଶିତ l
ଡ. ନମିତା ପ୍ରଧାନ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳର ମ୍ଳାହୁପାଙ୍ଗl, ପୋଷ୍ଟ ଡଡି଼ଙ୍ଗିଆର ଏକ ଆଦିବାସୀ ପରିବାରରେ 15 ଜୁଲାଇ 1987 ରେ ଜନ୍ମ ଲାଭ କରିଥିଲେ l ତାଙ୍କ ମାତା ସରୋଜିନି ପ୍ରଧାନ ଓ ପିତା ସ୍ବର୍ଗତ ଦେବରାଜ ପ୍ରଧାନ l ତାଙ୍କର ସ୍ୱାମୀ ଶ୍ରୀ ଜିତେନ୍ଦ୍ର ପ୍ରଧାନ l
ଡ. ପ୍ରଧାନ ଜି. ଉଦୟଗିରି ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ,ଜୀବନ ଜ୍ୟୋତି ମହାବିଦ୍ୟାଳୟ ରାଇକିଆରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ତଥା କିଟ ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକତୋର କୃତିତ୍ତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିଲେ l ପରେ ସେହି ବିଶ୍ଵବିଦ୍ୟାଳୟରେ “ବିଶ୍ୱ ମାନବବାଦ ଓ ଶ୍ରୀ ଜଗନ୍ନାଥ” ଶୀର୍ଷକ ନିବନ୍ଧ ଲେଖି ପିଏଚ. ଡି ଡିଗ୍ରୀ ହାସଲ କରିଛନ୍ତି l
ଅଧୁନା ସହକାରୀ ପ୍ରଫେସର ଓଡ଼ିଆ ବିଭାଗ ( ଶିକ୍ଷକ ଶିକ୍ଷା )ଭାବେ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନ, କନିଷି ବ୍ରହ୍ମପୁରରେ କାର୍ଯ୍ୟରତ l ଡ. ପ୍ରଧାନ ଜଣେ ଅଧ୍ୟବସାୟୀ ଗବେଷିକା ରୂପେ ସ୍ୱୀକୃତ l ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ l ନିକଟରେ ତାଙ୍କ ସମ୍ପାଦନାରେ ଓଡ଼ିଶାର ଲୋକକାହାଣୀ ଗ୍ରନ୍ଥ ପ୍ରକାଶ ପାଇଛି l
ଜଗତର ନାଥ ଶ୍ରୀଜଗନ୍ନାଥ ଆଜି କେବଳ ଓଡିଶାର ନୁହନ୍ତି, ଭାରତବର୍ଷ ଏବଂ ସାରା ବିଶ୍ୱର ଠାକୁର ଭାବରେ ଗାଁଗଣ୍ଡା,ପୁରପଲ୍ଲୀ, ଗଣ୍ଡମୂର୍ଖଅଧମ ଠାରୁ ମୁନୀ ରୁଷି ପଣ୍ଡିତ ଗଣ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟର ଦେବତା ଭାବରେ ପୂଜା ପାଇଆସୁଛନ୍ତି l ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ମାନବବାଦୀକୁ ପ୍ରତିଷ୍ଠା କରିପାରିଛି, ଏହାକୁ ନେଇ ଡ. ନମିତା ପ୍ରଧାନ ଏକ ପୁସ୍ତକ “ଶ୍ରୀଜଗନ୍ନାଥ ଚେତନାରେ ବୈଶ୍ୱିକ ମାନବବାଦ” ରଚନା କରିଛନ୍ତି ଏବଂ ସେଥିରେ ବହୁତ ସୁନ୍ଦର ଭାବରେ ଶ୍ରୀଜଗନ୍ନାଥ ଚେତନାରେ ସାରା ବିଶ୍ୱର କିଭଳି ଭାବରେ ମାନବବାଦ ରହିଛି ତାହା ବର୍ଣ୍ଣନା ହୋଇଛି ଆପଣମାନେ ଅଧ୍ୟୟନ କଲେ ହୃଦୟଙ୍ଗମ କରିପାରିବେ l ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନୁରୋଧ ଆପଣମାନେ ପଢ଼ନ୍ତୁ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ ଅଧିକ ତଥ୍ୟ ପାଆନ୍ତୁ l ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା,ଶୁଭକାମନା ଏବଂ ଅଭିନନ୍ଦନ l
ଯୋଗାଯୋଗ : 6372643395