ଫୁଲବାଣୀ (TKNEWSMEDIA ) 10/07/2024 : କନ୍ଧମାଳ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦେଖି ରୋଗୀ ଚିକିତ୍ସାରେ ସହାୟତା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସଭାଗୃହରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ନିଜେ ରକ୍ତଦାନ କରି ଉଦଘାଟନ କରିଥିଲେ l
ତାଙ୍କ ସହିତ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ, ଡିଏଫଓ ପ୍ରଶାନ୍ତ କୁମାର ପଟେଲ ମଧ୍ୟ ରକ୍ତଦାନ କରିଥିଲେ । ଏହି ଅବସରରେ ତାଙ୍କ ସହିତ ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ,ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଦେବଜାନୀ ଭୂୟାଁ,ଜିଲ୍ଲା ଅପାତ କାଳୀନ ଅଧିକାରୀ ଅନୁପମ ଆଚାର୍ଯ୍ୟ, ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ,ଫୁଲବାଣୀ ରକ୍ତଦାନ ସମିତିର ସହ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟ ରକ୍ତଭଣ୍ଡାର କର୍ମଚାରୀ ସୂଜିତ କୁମାର ସାହୁ,ପ୍ରଶାନ୍ତ କୁମାର ରତ୍ନାଲୁ,ଅର୍ଚ୍ଚନା ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ ।ଏହି ଶିବିରରେ ଅଧିକ ସଂଖ୍ୟାରେ ମହିଳା ଓ ନୁତନ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏହି ଶିବିରରେ ସମୁଦାୟ ୧୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ରକ୍ତଭଣ୍ଡାରେ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।